Below header

ଆସିଲା HTCର ନୂଆ ସ୍ମାର୍ଟଫୋନ, ଆଜି ହେଉଛି ପ୍ରଥମ ସେଲ ଜାଣନ୍ତୁ ଏହାର ଦର ଏବଂ ଫିଚର

ଏକ ଲମ୍ବା ସମୟର ଅବଧି ପରେ HTC ଭାରତରେ ନିଜର ନୂଆ ସ୍ମାର୍ଟଫୋନ HTC Wildfire X ଲଞ୍ଚ କରିଛି । ଆଜି ହେଉଛି HTC Wildfire Xର ପ୍ରଥମ ସେଲ । ଏହି ଫୋନ୍କୁ ଭାରତରେ InOne ସ୍ମାର୍ଟ ଟେକ୍ନୋଲୋଜି ଦ୍ୱାରା ଲଞ୍ଚ କରାଯାଇଥିଲା ଏବଂ ଏହି କମ୍ପାନୀ ପାଖରେ HTC ମୋବାଇଲର ଅଧିକାର ରହିଛି । HTC Wildfire X ର ସ୍ୱତନ୍ତ୍ରତା ହେଉଛି ଏଥିରେ ଆଣ୍ଡ୍ରୋଏଡ ପାଇ 9.0, ଟ୍ରିପଲ ରିୟାର କ୍ୟାମେରା ସେଟଅପ ଏବଂ ୧୨୮ ଜିବିର ଷ୍ଟୋରେଜ ରହିଛି ।

HTC Wildfire Xର ଦର ଏବଂ ଫିଚର୍ସ

ଭାରତରେ HTC Wildfire Xର ୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦର ହେଉଛି ୧୦,୯୯୯ ଟଙ୍କା ଏବଂ ୪ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ଦର ୧୩,୯୯୯ ଟଙ୍କା ଅଟେ । ଏହି ଫୋନ୍କୁ ଦୁଇଟିଯାକ ଭ୍ୟାରିଏଣ୍ଟ ସହିତ ଲିମିଟେଡ଼ ପିରିୟଡ଼ ଅଫର ଦ୍ୱାରା ପ୍ରିପେଡ଼ ଅର୍ଡର କଲେ ୧୦୦୦ ଟଙ୍କାର ରିହାତି ମିଳିବ । ଏହି ଫୋନର ବିକ୍ରି ଫ୍ଲିପକାର୍ଟରେ ଦିନ ୧୨ଟା ଠାରୁ ଆରମ୍ଭ ହୋଇଛି ଏବଂ ଏହି ଫୋନ ସହିତ ଭୋଡାଫୋନ ତରଫରୁ ମଧ୍ୟ ୩୭୫୦ ଟଙ୍କାର କୁପନ ମିଳି ।

HTC Wildfire Xର ସ୍ପେସିଫିକେସନ

HTC Wildfire Xରେ 3D OPVD ମିରର ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଲାଇଭ ଲୋକେସନ ସେୟାର କରିବା, ଅଡିଓ ଟ୍ରାନ୍ସମିଶନ କରିବା ପାଇଁ Mybuddy ଫିଚର ଦିଆଯାଇଛି । ଏହି ଫୋନରେ ଆଣ୍ଡ୍ରୋଏଡ ପାଇ 9.0 ଅଟେ ଏହାସହ ଏଥିରେ ୬.୨୨ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି ଯାହାର ରିଜୋଲ୍ୟୁସନ 720×1520 ପିକ୍ସଲ ଅଟେ । ଏହି ଫୋନରେ ଅକ୍ଟୋକର ପ୍ରୋସେସର ଦିଆଯାଇଛି ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ ପ୍ରୋସେସରର ନାମ ଘୋଷଣା କରିନାହିଁ ।

HTC Wildfire Xର କ୍ୟାମେରା

Image result for htc-wildfire-x-first-sale-in-india-today-check-price-offers-specifications

ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି ଯେଉଁଥିରେ ଗୋଟିଏ ୧୨ ମେଗାପିକ୍ସଲ ସହିତ ଅନ୍ୟ ଦୁଇଟି ୮ ଏବଂ ୫ ମେଗାପିକ୍ସଲ ଅଟେ । ରିୟର କ୍ୟାମେରା ସହିତ 8x ଜୁମ ମଧ୍ୟ ମିଳିବ । ଏହି ଫୋନର ଫ୍ରଣ୍ଟ କ୍ୟାମେରା ୮ ମେଗାପିକ୍ସଲ ଅଟେ ।

HTC Wildfire Xର ବ୍ୟାଟେରୀ ଏବଂ କନେକ୍ଟିଭିଟି

Image result for htc wildfire s batteryଏହି ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବଢାଯାଇ ପାରିବ । ଏଥିରେ କନେକ୍ଟିଭିଟି ପାଇଁ 4G LTE, ୱାଇଫାଇ, ବ୍ଲୁଟୁଥ, ଜିପିଏସ/ଏ-ଜିପିଏସ, ୟୁଏସବି ଟାଇପ ସି ଏବଂ 3.5 ଏମ ଏମ ର ହେଡ଼ଫୋନ ଜ୍ୟାକ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.