ବାସ୍ତୁ ଟିପ୍ସ : ଘରର ଉତ୍ତର ଦିଗରେ ରଖନ୍ତୁ ଏହି ୪ ଜିନିଷ, କେବେ ହେବ ନାହିଁ ଧନର ଅଭାବ

ସବୁ ଲୋକଙ୍କୁ ଧନର ଆବଶ୍ୟକତା ରହିଛି । ପରିବାରକୁ ଭଲ ଓ ସୁଖରେ ରଖିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡେ । ହେଲେ ବେଳେ ବେଳେ ଦେଖାଯାଏ ଯେ ପରିଶ୍ରମ କରି ମଧ୍ୟ ଘରେ ଧନର ଅଭାବ ସର୍ବଦା ଲାଗି ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ ଟିପ୍ସ ଦେବୁ ଯାହା ଦ୍ୱାରା ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ।

ଉତ୍ତର ଦିଗରେ ହାଲକା ନୀଳ ରଂଗ ଓ ଆଇନା :

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ହାଲକା ନୀଳ ରଂଗ କରିବା ଦରକାର । ଏହାଛଡ଼ା ଘରର ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ମନାଯାଇଥାଏ । ଏହାଦ୍ୱାରା ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ । ଉତ୍ତର ଦିଗରେ ଥିବା କାନ୍ଥରେ ଫାଟ ନରହିବା ଦରକାର । ଯଦି କିଛି ଫାଟ ଥାଏ ତେବେ ତୁରନ୍ତ ଏହାକୁ ସଜାଡି ଦିଅନ୍ତୁ ।

tulsi

ଉତ୍ତର ଦିଗରେ ତୁଳସୀ :

ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଲଗାଇବା ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରକୁ ସକରାତ୍ମକ ଶକ୍ତି ମିଳିଥାଏ । ଫଳରେ ଘରର ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇଥାଏ ।

 

ଉତ୍ତର ଦିଗକୁ ତେଜୋରି ମୁହଁ :

ବାସ୍ତୁ ଅନୁସାରେ ଧନ ରଖୁଥିବା ତେଜୋରି ବା ଆଲମିରା ମୁହଁ ସର୍ବଦା ଉତ୍ତର ଦିଗକୁ ହେବା ଦରକାର । ଏହାକୁ ଦକ୍ଷିଣ ଦିଗର କାନ୍ଥରେ ଲଗାଇ ରଖନ୍ତୁ । ଫଳରେ ଆପଣଙ୍କ ଘରେ କେବେ ବି ଧନର ଅଭାବ ହେବ ନାହିଁ ।

 

tejori
p.c : amarujala.com

ଧାତୁର କଇଁଛ :

ବାସ୍ତୁ ଅନୁସାରେ ଘର ର ସମୃଦ୍ଧି ପାଇଁ ଉତ୍ତର ଦିଗରେ ଧାତୁର କଇଁଛ ରଖନ୍ତୁ । ତେବେ କଇଁଛର ମୁହଁ ଘର ର ଭିତରକୁ ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.