Below header

କୁନି ପୁଅର ଜିଦ୍ଦି ଭାଙ୍ଗିପାରିଲାନି ବାପା, କାଠରେ ତିଆରି କଲେ ବିଳାସପୂର୍ଣ୍ଣ କାର

ଅବୁଝା ପୁଅର ଜିଦକୁ ପୂରା କଲେ ବାପା। ପୁଅର ଜିଦ୍‌ ପାଇଁ ବାପା ବନାଇଦେଲେ ୨୭ କୋଟିର ଲାମ୍ବରଗିନି କାର। ଏହି କାର ଏବେ ସୋସିଆଲ ମିଡିଆରେ ଖୁବ ଜୋର ସୋରରେ ଭାଇରାଲ ହେଉଛି। କୁନି ପୁଅ ପାଇଁ ବାପା ତିଆରି କଲେ ଲାମ୍ବୋରଗିନି କାର। କାଠରେ ତିଆରି ଏହି କାରକୁ ଦେଖିବାକୁ ଖୁବ୍‌ ସୁନ୍ଦର ଲାଗୁଛି ଲୋକେ ମଧ୍ୟ ଏହାକୁ ଭାରି ପସନ୍ଦ କରୁଛନ୍ତି।

ଏହି ଘଟଣା ଭିଏତନାମର। ସେଠାରେ ଟ୍ରୁଓଙ୍ଗ ଭାନ୍‌ ଡାଓ ନିଜ ପୁଅର ଖୁସି ପାଇଁ ବନାଇଛନ୍ତି କାଠର ଇଲେକଟ୍ରିକ୍‌ ଲାମ୍ବରଗିିନି। ଏହି କାର ବ୍ୟାଟେରୀ ଚାଳିତ। ଏହି କାରକୁ ବନାଇବାକୁ ପାଇଁ ତାଙ୍କୁ ପ୍ରାୟ ୬୫ ଦିନ ସମୟ ଲାଗିଥିଲା। ଏହି କାରକୁ ଲାମ୍ବୋରଗିନିର ସ୍ପୋଟ୍ସ କାର ସିଆନ୍‌ ରୋଡଷ୍ଟାର ଭଳି ଡିଜାଇନ୍‌ କରାଯାଇଛି। କାଠରେ ନିର୍ମିତ ହୋଇଥିବା ଏହି କାରରେ ଲଗାଯାଇଥିବା ଖାସ୍‌ ମୋଟର କାରଣରୁ ଏହାକୁ ଘଣ୍ଟା ପ୍ରତି୨୫ କିଲୋମିଟର ଚଲାଯାଇହେବ।

carଏହା ଦେଖିବାକୁ ବହୁତ ଆଟ୍ରାକଟିଭ୍‌ ଲାଗିବା ସହିତ ଏକଦମ୍‌ ଷ୍ଟାଇଲିସ୍‌ ଲୁକ୍‌ ଦେଉଛି। ଏଥିରେ ଡ୍ରାଇଭରଙ୍କ ସହିତ ଆଉ ଗୋଟାଏ ସିଟ୍‌ ବି ରହିଛି। ଆପଣ ଦେଖିପାରୁଥିବେ ଯେ ବାପା ନିଜ କୁନି ପୁଅକୁ ବସାଇ କେମିତି ବଢ଼ିଆ ଭାବରେ ବସି ଡ୍ରାଇଭ୍‌ କରୁଛନ୍ତି।

ଏଥିରେ ବାପା ପୁଅକୁ କାର ଡ୍ରାଇଭିଂ ବି ଶିଖାଉଛନ୍ତି। ରାସ୍ତାରେ ଏହି ଚାଲିବାବେଳେ ଯିଏ କେହି ବି ବୁଲି ବୁଲି ଚାହୁଁଛନ୍ତି। ଆଉ ବାପା ପୁଅ ବି ବଡ ଆରାମରେ କାଠରେ ତିଆରି ଲାମ୍ବୋରଗିନିର ମଜା ନେଉଥାନ୍ତି।
ତେବେ ଦେଖିଲେ ତ ଦର୍ଶକବନ୍ଧୁ ପିଲାଙ୍କ ଜିଦକୁ ପୂରା କରିବାକୁ ଯାଇ ବାପା ମାଆ କଣ କଣ ସବୁ କରିପାରନ୍ତି। ନିଜ ପିଲାର ଇଚ୍ଛାକୁ ପୂରଣ କରିବାକୁ ଯାଇ ବାପା ମାଆ ଅସମ୍ଭବକୁ ସମ୍ଭବ କରିପାରନ୍ତି ଯେମିତି ଏ ବ୍ୟକ୍ତି କରି ଦେଖାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.