ମାଇଲ ମାଇଲ ବାଟ ଚାଲି ସ୍କୁଲ, କଲେଜ ଯାଉଥିଲେ ଗାଁର ଝିଅ, ଡାକ୍ତରଙ୍କୁ ମିଳିଲା ୧୯ ଲକ୍ଷ ଟଙ୍କା PF, ତ କିଣିଦେଲେ ବସ୍‌

ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ଭଲ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ଏବେ ଏମିତି ଲୋକଙ୍କ ମଧ୍ୟରେ ଏକ ନୂଆ ନାମ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି, ଡାକ୍ତର ଆର୍‌.ପି. ଯାଦବ। ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଡା. ଯାଦବ କହିଛନ୍ତି କି, ସେ ନିଜ ପିଏଫ୍‌ ରାଶିକୁ ସମାଜର ହିତ ପାଇଁ ବିନିଯୋଗ କରିଛନ୍ତି।

ଖବରରୁ ଜଣାପଡ଼ିଛି, ରାଜସ୍ଥାନରେ ରହିଛି କୋଟପୁତଲି ଗାଁ। ଏହି ଗାଁ ଏବଂ ଏହା ଆଖପାଖର ଝିଅମାନେ ପ୍ରତିଦିନ ମାଇଲ ମାଇଲ ବାଟ ଚାଲି ସ୍କୁଲ, କଲେଜ ଯାଆନ୍ତି। ପଢ଼ିବାକୁ ଯିବା ପାଇଁ ଏଠାରେ ଯାତାୟାତର କୌଣସି ବି ପ୍ରକାର ସୁବିଧା ନାହିଁ। ଏଭଳି ସମସ୍ୟା ଦେଖି ଡାକ୍ତର ଯାଦବ ସେମାନଙ୍କ ପାଇଁ ଏକ ବସ୍‌ କିଣି ଦେଇଛନ୍ତି। ଆଉ ତାଙ୍କର ଏଭଳି କାର୍ଯ୍ୟକୁ ଗାଁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଏବେ ଗାଁର ଝିଅମାନେ ଉକ୍ତ ବସ୍‌ରେ ହିଁ ସ୍କୁଲ, କଲେଜ ଯିବାଆସିବା କରୁଛନ୍ତି।

ସୋସିଆଲ ମିଡିଆରେ ଡାକ୍ତରଙ୍କ କାହାଣୀ ଆଇଏଏସ୍‌ ଅବନୀଶ ଶରଣ ଶେୟାର କରିଥିଲେ। ଗ୍ରାମବାସୀ ଏକ ସାକ୍ଷାତକାରରେ କହିଥିଲେ, ପବ୍ଲିକ ଟ୍ରାନ୍ସପୋର୍ଟ ଅଭାବ ଯୋଗୁ ଏଠାକାର ଝିଅମାନେ ଅନେକ ବାଟ ଚାଲି ଚାଲି ସ୍କୁଲ, କଲେଜ ଯାଉଛନ୍ତି। ଜଣାପଡ଼ିଛି କି, ଡାକ୍ତର ଜଣକ ନିଜ ପିଏଫ୍‌ ଫଣ୍ଡରୁ ୧୯ ଲକ୍ଷ ଟଙ୍କା ଦେଇଛନ୍ତି, ଯେଉଁଥିରେ ଏହି ବସ୍‌ କିଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.