ଏହି ରହସ୍ୟମୟ ମନ୍ଦିରର ଖମ୍ବରୁ ବାହାରେ ସଙ୍ଗୀତର ଧ୍ୱନି, କାରଣ ଏବେବି ଅସ୍ପଷ୍ଟ

ଆଜି ଆମେ ଭାରତର ଆଉ ଏକ ରହସ୍ୟ ସ୍ଥାନ ସମ୍ପର୍କରେ ଆପଣଙ୍କୁ କହିବୁ। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏହି ରହସ୍ୟ ରହିଛି ଶିବ ମନ୍ଦିରକୁ ନେଇ, ମନ୍ଦିରର ନାମ ବିରୁପାକ୍ଷ ମନ୍ଦିର। ଭାରତର ପ୍ରସିଦ୍ଧ ଐତିହାସିକ ମନ୍ଦିର ମଧ୍ୟରୁ ଏହା ଅନ୍ୟତମ। ଏହି ରହସ୍ୟମୟ ମନ୍ଦିର କର୍ଣ୍ଣାଟକର ହମ୍ପିରେ ଅବସ୍ଥିତ। ମାନ୍ୟତା ରହିଛି ଯେ, ହମ୍ପି ସହର ରାମାୟଣ କାଳର କିଷ୍କିନ୍ଧା ନଗରୀ ଅଟେ। ଏହି ମନ୍ଦିରରେ ଭଗବାନ ଶିବ ବିରୁପାକ୍ଷ ରୂପରେ ପୂଜା ପାଉଛନ୍ତି।

କେବଳ ଏତିକି ନୁହେଁ ବରଂ ଏହି ପ୍ରାଚୀନ ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟ ତଥା ପର୍ଯ୍ୟଟନ କ୍ଷେତ୍ରରେ ସାମିଲ ଅଛି। ଏହାର ଅନେକ ରହସ୍ୟ ଲୁଚି ରହିଛି। ଏହା ସମ୍ପର୍କରେ ଇଂରେଜ ମାନେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେଥିରେ ସଫଳ ହୋଇ ନଥିଲେ।

ଭଗବାନ ବିରୁପାକ୍ଷ ଏବଂ ତାଙ୍କ ପତ୍ନୀ ଦେବୀ ପମ୍ପାଙ୍କୁ ସମର୍ପିତ ଥିବା ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଥିବା ଶିବ ଲିଙ୍ଗ ଦକ୍ଷିଣ ଆଡକୁ ଢ଼ଳି ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ ଏଠାରେ ରାବର ଭଗବାନ ରାମଙ୍କଠୁ ଯୁଦ୍ଧରେ ଜିତିବା ପାଇଁ ପ୍ରଭୁ ଶିବଶଙ୍କରଙ୍କ ଆରଧନା କରିଥିଲେ। ଭଗବାନ ଶଙ୍କର ପ୍ରକଟ ହେବା ପରେ ରାବଣ ଲଙ୍କାରେ ଶିବଲିଙ୍ଗ ସ୍ଥାପନ କରିବାକୁ କହିଥିଲେ । ବାରମ୍ବାର ପ୍ରାର୍ଥନା କଲାପରେ ଭଗବାନ ଶିବ ରାଜି ହେଲେ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରଖିଥିଲେ। ଲଙ୍କା ନେବା ସମୟରେ ସେ ଏହି ମନ୍ଦିରକୁଳ ତଳେ ରଖିବେନି, ଯଦି ଏମିତି ହୁଏ ତେବେ ଶିବଲିଙ୍ଗ ସେଠି ସ୍ଥାପିତ ହୋଇଯିବେ। କିନ୍ତୁ ରାବଣ ଶିବଲିଙ୍ଗର ଭାର ସମ୍ଭାଳି ନପାରି ଭୂମିରେ ରଖିଦେଇଥିଲେ।

amarujala
pc: amarujala

ବିରୁପାକ୍ଷ ମନ୍ଦିରର କାନ୍ଥରେ ଏହି ଘଟଣା ସବୁ ଅଙ୍କା ଯାଇଥିବାର ଆପଣ ଦେଖିବାକୁ ପାଇବେ। ମାନ୍ୟତା ରହିଛି ଯେ, ଏହା ଭଗବାନ ବିଷ୍ଣୁଙ୍କ ନିବାସ ସ୍ଥାନ ଥିଲା କିନ୍ତୁ ପରେ ଭଗବାନ କ୍ଷୀର ସାଗରକୁ ଫେରିଯାଇଥିଲେ । କୁହାଯାଏ ଯେ, ଏହି ମନ୍ଦିର ୫୦୦ ବର୍ଷ ପୁରୁଣା। ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଥିବା ଏହ ି ମନ୍ଦିର ଗୋପୁରମ୍‌ ୫୦୦ ବର୍ଷ ପୂର୍ବେ ତିଆରି ହୋଇଥିଲା, ଯାହାର ଉଚ୍ଚତା ରହିଛି ୫୦ ମିଟର। ଏଠାରେ ଅନେକ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି।

ସୂଚନା ଅନୁଯାୟୀ, ଏହି ମନ୍ଦିରକୁ ରାଜା ବିକ୍ରମାଦିତ୍ୟଙ୍କ ଦ୍ୱିତୀୟ ପତ୍ନୀ ରାଣୀ ଲୋକମାହଙ୍କ ନିର୍ଦ୍ଦେଶ କ୍ରମେ ତିଆରି ହୋଇଥିଲା। ସବୁଠୁ ରହସ୍ୟଜନକ କଥା ହେଉଛି ଏହି ମନ୍ଦିରରେ କିଛି ଖମ୍ବ ରହିଛି, ଯେଉଁଥିରୁ ସଙ୍ଗୀତ ବା ଗୀତର ଶବ୍ଦ ଶୁଭିଥାଏ। ତେଣୁ ଏହାକୁ କିଛି ଜଣ ମ୍ୟୁଜିକାଲ ପିଲର୍ସ ମଧ୍ୟ କୁହନ୍ତି। କିନ୍ତୁ ସଙ୍ଗୀତର ଧ୍ୱନି କିପରି ବାହାରୁଛି ତାହା ଏବେବି ରହସ୍ୟ ଘେରରେ ରହିଛି। ଇଂରେଜ ମାନେ ଥିବା ସମୟରେ ଏହି ଖମ୍ବକୁ ଭାଙ୍ଗିଥିଲେ । କିନ୍ତୁ କିଛି ବି ପାଇନଥିଲେ। ଏହି ରହସ୍ୟ ଆଜି ବି ଲୁଚି ରହିଛି।