ଜାଣନ୍ତୁ, ସଂକ୍ରମିତ ବ୍ୟକ୍ତିଙ୍କ ଶବ ଦେହରେ କେତେ ଦିନ ଯାଏଁ ଜୀବନ୍ତ ରହିଥାଏ କରୋନା ଭାଇରସ?

କରୋନା ମହାମାରୀ ପୂରା ଦୁନିଆରେ ଭୟ ସୃଷ୍ଟି କରିଛି। ଗତ ବର୍ଷ ଲୋକେ ସଂକ୍ରମିତ ହେଉଥିବା ବେଳେ ଏଥରକ ହଜାର ହଜାର ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ତେବେ ମୃତ୍ୟୁ ପରେ ବି ଏବେ ଶବକୁ ମିଳିପାରୁନି ଯଥେଷ୍ଟ ସମ୍ମାନ। ସଂକ୍ରମିତ ହୋଇଥିବାରୁ ପରିବାର ଲୋକ ବି ମନା କରିଦେଉଛନ୍ତି ଶବ ନେବାକୁ। ଏଣୁ ନିକଟରେ କିଛି ଶବ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଶବରୁ ବି କଣ ବ୍ୟାପେ କରୋନା? ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବିଶେଷଜ୍ଞଙ୍କ କହିବାନୁସାରେ ମୃତ୍ୟୁ ପରେ ବି ଶବରେ ଆକ୍ଟିଭ ରହିଥାଏ କରୋନା ଭାଇରସ। ରୋଗୀର ମୃତ୍ୟୁ ହେଲେ ମଧ୍ୟ ଭାଇରସ ମରେ ନାହିଁ। ରୋଗୀର ଶରୀରରେ ଫ୍ଲୁଇଡ଼ ବା ତରଳ ପଦାର୍ଥ ଥିବା ପର୍ଯ୍ୟନ୍ତ କରୋନା ଭାଇରସ ଜୀବନ୍ତ ରହିଥାଏ। ମାଟିରେ ପୋତିବା ପରେ ବି ଶରୀରର ତରଳ ପଦାର୍ଥ ନଷ୍ଟ ହେବାକୁ ୩-୪ ଦିନ ଲାଗେ।

ଏଣୁ ଶବକୁ ସଂସ୍କାର କରିବାକୁ ବା ପୋଡ଼ିବାକୁ କୁହାଯାଉଛି। ଶବ ପୋଡ଼ିଯିବା ପରେ ପାଉଁଶରୁ ସଂକ୍ରମଣର ଭୟ ନ ଥାଏ। ଅନ୍ୟପଟେ ଆଉ କିଛି ଡାକ୍ତର କୁହନ୍ତି ଯେ ଶବରୁ କରୋନା ବ୍ୟାପେ ନାହିଁ। କରୋନା କେବଳ ସଂକ୍ରମିତ ବ୍ୟକ୍ତିର ଲାଳ, ଝାଳ, ଶରୀରର ବର୍ଜ୍ୟବସ୍ତୁ ଆଦି ସଂସ୍ପର୍ଶରେ ଆସିଲେ ବ୍ୟାପେ। ତଥାପି ସୁରକ୍ଷା ଦୃଷ୍ଟିରୁ ଶବକୁ ଜରିରେ ପ୍ୟାକ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.