‘ନର୍କର କୂଅ’ରେ ପ୍ରଥମ ଥର ପାଇଁ ପ୍ରବେଶ କଲେ ବୈଜ୍ଞାନିକ, ଜାଣନ୍ତୁ ଏହା ପରେ କ’ଣ ହେଲା ?

ଆମ ପୃଥିବୀରେ ଏପରି ଅନେକ ଅଦ୍ଭୁତ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ଦୁନିଆରେ ବହୁତ ପ୍ରସିଦ୍ଧ । ଏହି ସ୍ଥାନଗୁଡିକ ବିଷୟରେ ଅନେକ ରହସ୍ୟମୟ କାହାଣୀ ଶୁଣାଯାଏ, ଯାହା ସେମାନଙ୍କୁ ବେଶ୍ ଲୋକପ୍ରିୟ କରେ । ଏହି କାହାଣୀଗୁଡିକ ଏତେ ଆକର୍ଷଣୀୟ ଯେ ସେହି ସ୍ଥାନ ବିଷୟରେ ମନରେ ଅନେକ କୌତୁହଳ ସୃଷ୍ଟି ହୁଏ ।

ତେବେ ଆଜି ଆମେ ୟେମେନର ବାରହୁତରେ ଅବସ୍ଥିତ ନର୍କର କୂଅ ବିଷୟରେ କହିବାକୁ ଯାଉଛୁ । ଏହାକୁ ନର୍କର ରାସ୍ତା ମଧ୍ୟ କୁହାଯାଏ । ଏହି ସ୍ଥାନଟି ସମଗ୍ର ବିଶ୍ୱରେ ବହୁତ ପ୍ରସିଦ୍ଧ । ଅନେକ କୁହନ୍ତି ଯେ ପୂର୍ବରୁ ଏହି ରହସ୍ୟମୟ ଗର୍ତ୍ତ ଭିତରେ ଭୂତମାନେ କାରାଗାରରେ ଥିଲେ । କିଛି ଲୋକ ବିଶ୍ୱାସ କରନ୍ତି ଯେ ଭୂତମାନେ ତଥାପି ଏହା ଭିତରେ ବାସକରୁଛନ୍ତି । ଏହି ରହସ୍ୟମୟ ଗର୍ତ୍ତରେ କ’ଣ ରହିଛି ଜାଣିବା ପାଇଁ ୟେମେନର ୮ ଜଣିଆ ଟିମ ଗାତରେ ପଶିଥିଲେ ।

କୁହାଯାଉଥିଲା କି, ସେଠାରେ ସୈତାନମାନଙ୍କୁ ବନ୍ଦୀ ଭାବେ ରଖାଯାଏ । ସେଠାରେ ଜିନ୍ ଓ ଭୂତମାନେ ରହିଥାନ୍ତି । ସ୍ଥାନୀୟ ଲୋକମାନେ ଏହା ବିଷୟରେ କହିବାକୁ ମଧ୍ୟ ଭୟ ପ୍ରକାଶ କରନ୍ତି । କିନ୍ତୁ ଗର୍ତ୍ତ ଭିତରୁ ସେପରି କିଛି ଅଲୌକିକ ଜିନିଷ ମିଳିନାହିଁ । ବୈଜ୍ଞାନିକମାନଙ୍କୁ ବହୁ ସଂଖ୍ୟାରେ ସାପ ଓ ମୋତି ମିଳିଛି ।

ଏହି ଗର୍ତ୍ତ ୩୦ ମିଟର ଚଉଡା ଓ ୧୦୦-୨୫୦ ମିଟର ଗଭୀର । ଏହି ବିଶାଳକାୟ ଗର୍ତ୍ତରେ କ’ଣ ରହିଛି ବୋଲି ଏଠାକାର ଅଧିକାରୀ ଜାଣିବାକୁ ଚାହୁଁଥିଲେ । ଓସିଇଟି ଟିମ୍ ଏହି ଗର୍ତ୍ତର ତଳକୁ ଯାଇଥିଲେ ଓ ସେଠାରେ ବହୁସଂଖ୍ୟାରେ ସାପ ଦେଖିବାକୁ ପାଇଥିଲେ । କିନ୍ତୁ ସେ କାହା ଉପରେ ଆକ୍ରମଣ କରିନଥିଲେ। ଗୁମ୍ଫାର କାନ୍ଥରେ ଅନେକ ଗଠନ ମଧ୍ୟ ଦେଖିବାକୁ ମିଳିଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗର୍ତ୍ତଟି ଲକ୍ଷ ଲକ୍ଷ ବର୍ଷ ପୁରୁଣା । ଏଥି ପାଇଁ ବହୁତ ଗବେଷଣା ଆବଶ୍ୟକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.