ଜାଣନ୍ତି କି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ଦରମା କେତେ ?

ପୁଣିଥରେ ଦେଶର ଶାସନଭାର ସମ୍ଭାଳିଲେ ନରେନ୍ଦ୍ର ମୋଦି । ୩୦ ମେ’ରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନେଲେ ଶପଥ । ଏହା ସହ ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ନେଇଥିଲେ । ଏହି ଶପଥ ସମାରୋହର ଭବ୍ୟ କାର୍ଯ୍ୟକ୍ରମ ଦେଶ ବିଦେଶରୁ ପ୍ରାୟ ୬ହଜାର ନାମୀ ଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ମେନ୍ୟୁ ଭେନ୍ୟୁ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ । କିନ୍ତୁ କଣ ଆପଣ ଜାଣନ୍ତି ଦେଶର ସମ୍ବିଧାନିକ ପଦରେ ରହୁଥିବା ଏହି ବ୍ୟକ୍ତିମାନଙ୍କର ବେତନ କେତେ ? ଯଦି ଜାଣି ନାହାଁନ୍ତି ତେବେ ନଜର ପକାନ୍ତୁ ସେମାନଙ୍କ ଦରମା ମିଳୁଥିବା ଅନ୍ୟ ସୁବିଧା ଉପରେ ।

ଭାରତର ପ୍ରଧାନମନ୍ତ୍ରୀଙ୍କ ମାସିକ ଦରମା ୧.୬୦ ଲକ୍ଷ । ବେତନ ବ୍ୟତୀତ ପିଏମଙ୍କୁ ପ୍ରତିଦିନ ୨୦୦୦ ଟଙ୍କା ଭତ୍ତା ମଧ୍ୟ ମିଳିଥାଏ । ସେ ହିସାବରେ ମାସକୁ ୬୨ହଜାର ମିଳିଯାଏ । ଏହା ପରେ ନିର୍ବାଚନ କ୍ଷେତ୍ର ଭତ୍ତା ବାବଦରେ ମାସିକ ୪୫ହଜାର ଟଙ୍କା ମିଳେ ।

ସୁବିଧା :

ଅବସର ନେବା ପରେ ତାଙ୍କୁ ପେନସନ୍‌ ଆକାରରେ ପ୍ରତିମାସରେ ୨୦ ହଜାର ଟଙ୍କା ସହ ରହିବା ପାଇଁ ଦିଲ୍ଲୀରେ ଏକ ବଙ୍ଗଳା ମଧ୍ୟ ମିଳିଥାଏ । ଯେଉଁଥିରେ ତାଙ୍କ ପାଇଁ ଜଣେ ପିଏ ଏବଂ ଜଣେ ଚପରାସୀ ଥାନ୍ତି । ଅବସର ନେବା ପରେ ବି ପ୍ରଧାନମନ୍ତ୍ରୀଙ୍କୁ ମାଗଣା ବିମାନ ଏବଂ ରେଳ ଯାତ୍ରା ସୁବିଧା ମିଳିଥାଏ । କେବଳ ସେତିକି ନୁହେଁ ବାର୍ଷିକ ୬ ହଜାର ଟଙ୍କା ଅଫିସ୍‌ ଖର୍ଚ୍ଚ ବାବଦରେ ମିଳିଥାଏ ।

ସାଂସଦଙ୍କ ଦରମା :

ଦେଶର ସାଂସଦଙ୍କ ଦରମା ୧ ଲକ୍ଷ ଏବଂ ୪୫ ହଜାର ଟଙ୍କା ନିର୍ବାଚନୀ ଭତ୍ତା ମିଳିଥାଏ ।

ବିଧାୟକଙ୍କ ଦରମା :

ବିଧାୟକଙ୍କ ଦରମା ଏକ ଲକ୍ଷରୁ ଅଧିକ । ତେବେ ଭିନ୍ନ ଭିନ୍ନ ରାଜ୍ୟରେ ବିଧାୟକଙ୍କ ଦରମା ଅଲଗା ହୋଇଥାଏ । ବିଧାୟକଙ୍କୁ ସବୁଠାରୁ ଅଧିକ ଦରମା ରାଜ୍ୟ ହେଉଛି ତେଲେଙ୍ଗାନା । ଏଠାରେ ବିଧାୟକ ମାସିକ ୨.୫ ଲକ୍ଷ ଟଙ୍କା ଦରମା ପାଇଥାନ୍ତି । ଏହା ପରେ ଦିଲ୍ଲୀରେ ବିଧାୟକ ୨.୧ ଲକ୍ଷ ଟଙ୍କା ମାସିକ ପାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.