ରାତିସାରା ଖୁଣ୍ଟକୁ ଧରି ୭ ଘଣ୍ଟା ଅନିଦ୍ରା ରହିଲେ ଯୁବକ, କାରଣ ଜାଣିଲେ କାନକୁ ବିଶ୍ୱାସ କରିପାରିବେନି ଆପଣ

ସାପ ନାଁ ଶୁଣିଲେ ମଣିଷ କିଛି ବୁଝିପାରେନା। ଅତର୍କିତ ଭାବେ ଦୌଡିବାକୁ ଆରମ୍ଭ କରେ। କିନ୍ତୁ ଯଦି ସାପ ଆପଣଙ୍କ ଅଜାଣରେ ପ୍ୟାଣ୍ଟରେ ପଶିଯାଏ, ତେବେ ଆପଣଙ୍କ କ’ଣ କରିବେ ? କେବେ ଚିନ୍ତା କରିଛନ୍ତି କି ? ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସାପ ସହ ୭ ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲା ସିକନ୍ଦରପୁର ଗ୍ରାମରେ ଜଣେ ବ୍ୟକ୍ତି ରାତି ତମାମ ଏକ ଖୁଣ୍ଟକୁ ଧରି ଛିଡା ହୋଇ ରହିଥିଲେ। ଆପଣ ଭାବୁଥିବେ କାହିଁକି। ଜିନ୍ସ ପ୍ୟାଣ୍ଟରେ ସାପ ପଶି ଯଦି ଶୋଇଥିବ ତେବେ ଆପଣ ବା କ’ଣ କରିବେ। ଏମିତି ରାତିସାରା ଠିଆ ହେବାକୁ ବାଧ୍ୟ ହୋଇଥାନ୍ତେ।

ଉକ୍ତ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ କାମ କରାଯାଉଥିଲା। ବିଦ୍ୟୁତ ଖୁଣ୍ଟ ମରାମତି କରିବାକୁ କିଛି ଶ୍ରମିକ ଯାଇଥିଲେ। ସେଠାରେ ରାତିରେ ଖାଇ ବିଶ୍ରାମ କରିଥିଲେ। ହେଲେ ଏହି ସମୟରେ ଲବଲେଶ କୁମାରଙ୍କ ଶର୍ଟ ଦେଇ ଏକ ବିଷଧର ସାପ ଜିନ୍ସ ପ୍ୟାଣ୍ଟ ଭିତରକୁ ପଶି ଯାଇଥିଲା। ନିଦରୁ ଉଠିବା ପରେ ତାଙ୍କ ହୋସ ଉଡିଯାଇଥିଲା।

pant

ସେ ରାତି ୧୨ଟାରୁ ସକାଳ ୭ଟା ଯାଏ ଖୁଣ୍ଟକୁ ଧରି ଛିଡା ହୋଇ ରହିଥିଲେ। ଟିକିଏ ହଲଚଲ ହେେଲେ ସାପଟି ଉଡିପଡି ତାଙ୍କୁ ଆକ୍ରମଣ କରିବ ବୋଲି ସେ ଭାବିଥିଲେ। ସକାଳ ହେବା ପରେ ସ୍ଥାନୀୟ ଲୋକ ସାପ ଧରୁଥିବା ବ୍ୟକ୍ତିଙ୍କୁ ଡାକି ସାପଟିକୁ ଧରିଥିଲେ। ତା’ ପରେ ହିଁ ବ୍ୟକ୍ତି ଜଣକୁ ଶାନ୍ତିରେ ନିଶ୍ୱାସ ମାରିଥିଲେ।

Leave A Reply

Your email address will not be published.