କେଉଁ ଦେଶ ସର୍ବପ୍ରଥମେ ଓ କେଉଁ ଦେଶ ସର୍ବଶେଷରେ ସେଲିବ୍ରେଟ୍‌ କରେ ନୂଆବର୍ଷ, ଜାଣନ୍ତୁ

୨୦୨୦କୁ ବିଦାୟ ଦେଇ ପାଦ ଥାପିଛି ୨୦୨୧। ସମସ୍ତେ ଏହି ନୂଆବର୍ଷକୁ ବହୁ ଉତ୍ସାହର ସହ ପାଳନ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି କେଉଁ ଦେଶରେ ସର୍ବପ୍ରଥମେ ନୂଆବର୍ଷ ପାଳିତ ହୁଏ ଓ କେଉଁ ଦେଶ ସବୁଠୁ ଶେଷରେ ନ୍ୟୁ ଇୟର ସେଲିବ୍ରେଟ୍‌ କରିଥାଏ। ଆଜି ଆସନ୍ତୁ ଜାଣିବା ସର୍ବପ୍ରଥମେ କେଉଁ ଦେଶରେ ନୂଆବର୍ଷ ପାଳନ କରାଯାଏ…

ଏହି ଦେଶରେ ପ୍ରଥମେ ପାଳିତ ହୁଏ ନୂଆବର୍ଷ:

ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ ଯେଉଁଠାରେ ପ୍ରଥମେ ନୂଆବର୍ଷ ପାଳନ କରାଯାଏ। ଭାରତୀୟ ସମୟ ମୁତାବକ, ୩୧ ଡିସେମ୍ବର ପୂର୍ବାହ୍ନ ୧୦.୧୫ରେ ଏଠାରେ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହା ପରେ ଟୋଙ୍ଗା, ସମୋଆ ଓ କିରିବାତୀ ଦ୍ୱୀପର ଏକ ଛୋଟ ଦେଶ ଓସିନିଆରେ ନୂଆବର୍ଷ ପାଳିତ ହୁଏ। ଭାରତୀୟ ସମୟ ୩୧ ଡିସେମ୍ବର ଅପରାହ୍ନ ପାଖାପାଖି ୩.୩୦ରେ ଏଠାରେ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହାପରେ ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆରେ ନୂଆବର୍ଷ ପାଳିତ ହୁଏ। ଏସିଆ ମହାଦେଶରେ ଜାପାନ ଓ ଦକ୍ଷିଣ କୋରିଆ ପ୍ରଥମେ ନୂଆବର୍ଷ ପାଳନ କରିଥାନ୍ତି। ଭାରତୀୟ ସମୟ ୩୧ ଡିସେମ୍ବର ରାତି ୮.୩୦ରେ ଏଠାରେ ନୂଆବର୍ଷକୁ ସ୍ୱାଗତ କରାଯାଏ।

ଏହି ଦେଶରେ ଶେଷରେ ପାଳିତ ହୁଏ ନୂଆବର୍ଷ:

ଭାରତ ପରେ ପାକିସ୍ତାନରେ ନୂଆବର୍ଷ ସେଲିବ୍ରେଟ୍‌ କରାଯାଏ। ସେଠାରେ ଭାରତୀୟ ସମୟ ୧୨.୩୦ରେ ନୂଆବର୍ଷ ପାଳନ କରାଯାଏ। ସେହିପରି ଏସିଆରେ ସବୁଠାରୁ ଶେଷରେ ଇରାନ୍‌, ଇରାକ ଓ ତୁର୍କୀରେ ନୂଆବର୍ଷ ପାଳିତ ହୁଏ। ଅନ୍ୟପଟେ ହାଉଲ୍ୟାଣ୍ଡ ଓ ବେକର ଦ୍ୱୀପରେ ସବୁଠାରୁ ଶେଷରେ ଜାନୁଆରୀ ୧ ଅପରାହ୍ନ ୧୨ଟାରେ ନୂଆବର୍ଷ ପାଳିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.