ଅନୁଗୁଳ: ପ୍ରେମିକାର ବାହାଘର ଅନ୍ୟତ୍ର ଠିକ କରିଦେଲେ ପରିବାର ଲୋକେ, ବିଚଳିତ ହୋଇ ଥାନା ସମ୍ମୁଖରେ ଅତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଅନୁଗୁଳ(କେନ୍ୟୁଜ୍):  ‘ପ୍ରେମିକାକୁ ଯଦି ମୁଁ ବାହା ନହେବି ତେବେ ଥାନା ଦ୍ବାର ଆଗରେ ଆତ୍ମହତ୍ୟା  କରିବି’ ଏଭଳି କହି ଆଜି ଜଣେ  ଯୁବକ ପାଲଲହଡ଼ା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପୋଲିସ କର୍ମଚାରୀ। ଗୁରୁତର ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଇଶ୍ବରନଗର ଗ୍ରାମର ବିଶ୍ବନାଥ ନାଏକ।

ମିଳିଥିବା ସୂଚନା ମୁତାବକ ବିଶ୍ବନାଥ ତାଙ୍କ ଗାଁର ଜଣେ  ଯୁବତୀଙ୍କୁ ଦୀର୍ଘ ଦିନ ହେବ ଭଲପାଉଥିଲେ। ଉଭୟ ଅନକେ ଦିନ ହେବ ପ୍ରେମସଂମ୍ପର୍କରେ ବାନ୍ଧି ହୋଇଥିଲେ। କିନ୍ତୁ ଯୁବତୀଙ୍କ ପରିବାର  ଲୋକେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ କରିଥିବାର ଖବର ଶୁଣି ବିଚଳିତ ହୋଇପଡ଼ିଥିଲେ ବିଶ୍ବନାଥ। କୌଣସି ଉପାୟ ନପାଇ ଶେଷରେ ଥାନା ଦ୍ବାରରେ ଆତ୍ମହତ୍ୟା କରିବେ ମନସ୍ତ କରିଥିଲେ ଏବଂ ଆଜି ପାଲଲହଡ଼ା ଥାନା  ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.