ହସ୍ପିଟାଲ ଶଲ୍ୟ ଚିକିତ୍ସାରେ କାହିଁକି ରହିଛି ଥିଏଟରର ନାମ, ଜାଣନ୍ତୁ କାହିଁକି କୁହାଯାଏ ଅପରେସନ୍‌ ଥିଏଟର

ଆପଣ ଦେଖିଥିବେ ଯେ ଅପରେସନ ରୁମକୁ ଅପରେସନ ଥିଏଟର କୁହାଯାଏ । କେବେ ଭାବିଛନ୍ତି ଶଲ୍ୟ ଚିକିତ୍ସାା ହେଉଥିବା ଏହି ଜାଗାର ନାମରେ ଥିଏଟର ଶବ୍ଦ କାହିଁକି ଯୋଡା ହୋଇଛି ।

ଆଜି ଆମେ କହିବୁ ଥିଏଟର ବିଷୟରେ । ସିନେମାଘର, ନାଟକଶାଳ, ନୃତ୍ୟଶାଳ ଏବଂ ରଙ୍ଗମଞ୍ଚକୁ ଥିଏଟର କୁହାଯାଏ । ଏଠାରେ ଅଭିନୟ ଏବଂ ନୃତ୍ୟ ଆଦିର ପ୍ରଦର୍ଶନ କରାଯାଏ । ସହଜ ଭାଷାରେ କହିବା ତ କଳା ପ୍ରଦର୍ଶନର ସ୍ଥାନ ଯାହାକୁ ରଙ୍ଗମଞ୍ଚ କୁହାଯାଏ ଏବଂ ଇଂରାଜୀରେ ଥିଏଟର କୁହାଯାଏ । ଏହିସବୁ ବ୍ୟତୀତ ଥିଏଟର ଶବ୍ଦ ଆପଣ ଆଉ ଏକ ଯାଗାରେ ନିଶ୍ଚୟ ଶୁଣିଥିବେ । ଯେଉଁଠି ଏ ନାଚ ଗୀତ ହୁଏନି । ଆମେ କହୁଛୁ ଅପରେସନ ରୁମ୍‌ ବିଷୟରେ । ଆପଣ ଦେଖିଥିବେ ଯେ ଅପରେସନ ରୁମକୁ ଅପରେସନ ଥିଏଟର କୁହାଯାଏ । କେବେ ଭାବିଛନ୍ତି ଶଲ୍ୟ ଚିକିତ୍ସାା ହେଉଥିବା ଏହି ଜାଗାର ନାମରେ ଥିଏଟର ଶବ୍ଦ କାହିଁକି ଯୋଡା ହୋଇଛି ।

ଆସନ୍ତୁ ଜାଣିବା କଣ ଥିଏଟର?

ରଙ୍ଗମଞ୍ଚକୁ ଇଂରାଜୀରେ ଥିଏଟର କୁହହାଯାଏ କିନ୍ତୁ ଇଂରାଜୀର ଥିଏଟରକୁ ରଙ୍ଗମଞ୍ଚ କୁହାଯାଇପାରିବନାହିଁ । ଉଦାହରଣ ସ୍ୱରୂପ ଖେଳ ପ୍ରଦର୍ଶନ ହେଉଥିବା ସ୍ଥାନକୁ ଇଂରାଜୀରେ ଷ୍ଟାଡିୟମ୍‌ କୁହାଯାଏ ଏବଂ ଲୋକଙ୍କ ମନୋରଞ୍ଜନ ହେଉଥିବା ବଡ ସ୍ଥାନକୁ ଅଡିଟୋରିୟମ କୁହାଯାଏ । ଖେଳ ବି ଲୋକଙ୍କ ମନୋରଞ୍ଜନ କରିଥାଏ କିନ୍ତୁ ଏହାର ପ୍ରଦର୍ଶନ ସ୍ଥଳକୁ ଥିଏଟର କୁହାଯାଏନାହିଁ । ଏବେ କଥା ହେବା ଶଲ୍ୟ ଚିକିତ୍ସା କକ୍ଷକୁ ଅପରେସନ ଥିଏଟର କାହିଁକି କୁହାଯାଏ । କଣ ଏହି କକ୍ଷ ଭିତରେ ଡାକ୍ତର ଏବଂ ତାଙ୍କ ଷ୍ଟାଫ ରୋଗୀଙ୍କ ଶରୀର ସହ ମନୋରଞ୍ଜନ କରନ୍ତି ?

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଥିଏଟର ଏକ ଗ୍ରୀକ ଭାଷା । ଯାହାର ଅର୍ଥ ‘ଦେଖିବା ସ୍ଥାନ’ । ଅର୍ଥାତ୍‌ ସେହି ସ୍ଥାନ ଯେଉଁଠି ଦୁଇରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଭାବେ ସମ୍ପୂର୍ଣ୍ଣ ପ୍ରକ୍ରୀୟାକୁ ଦେଖିପାରିବେ । ଆଜିର ସମୟରେ ଅନେକ କିଛି ଜିନିଷ ପରିବର୍ତ୍ତନ ହୋଇଛି ସତ, କିନ୍ତୁ ବିଂଶ ଶତାବ୍ଦୀରେ ଅପରେସନ କିମ୍ବା ସର୍ଜରୀ କାମକୁ ବହୁତ ମୁସକିଲ ବୋଲି ଧରାଯାଉଥିଲା । ଏହି ସମୟରେ ରୋଗୀଙ୍କୁ ବିନା ବେହୋସରେ ଅପରେସନ କରାଯାଉଥିଲା ।

ବିଂଶ ଶତାବ୍ଦୀର ଆରମ୍ଭରେ ହିଁ ହସ୍ପିଟାଲରେ ଅପରେସନ ଥିଏଟର ବିଲକୁଲ ଫିଲ୍ମ ଥିଏଟର ଭଳି ହିଁ ବନାଯାଉଥିଲା । ଏହି ସମୟରେ ମେଡିକାଲ ଛାତ୍ର ଏବଂ ନର୍ସ ମାନଙ୍କୁ ସର୍ଜରୀ ଦେଖିବାକୁ ଆମନ୍ତ୍ରଣ କରାଯାଉଥିଲା । ଲୋକମାନେ ସର୍ଜରୀ କେମିତି ହେଉଛି ଦେଖିବାକୁ ଅପରେସନ ଥିଏଟର ଯାଉଥିିଲେ । ଏଠାରେ ଦର୍ଶକ ବସିବା ପାଇଁ ସିଟ୍‌ ମଧ୍ୟ ରଖାଯାଉଥିଲା ।

ଆଶା କରୁଛୁ ଅପରେସନ ଥିଏଟରରେ କାହିଁକି ଥିଏଟର ଶବ୍ଦ ବ୍ୟବହାର କରାଯାଇଛି ତାହା ବିଷୟରେ ଆଉ କୌଣସି ପ୍ରକାର ଦ୍ୱନ୍ଦ୍ୱ ନଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.