ଦେଖନ୍ତୁ Video: ପାଣିପାଗ ରିପୋର୍ଟ ପଢ଼ୁ ପଢ଼ୁ ଲାଇଭ୍‌ ଶୋ’ରେ ବେହୋସ୍‌ ହୋଇ ପଡ଼ିଗଲେ ନ୍ୟୁଜ୍‌ ଆଙ୍କର୍‌

ଆମେରିକାରେ ଏକ ନ୍ୟୁଜ୍ ଚ୍ୟାନେଲର ଜଣେ ମହିଳା ଆଙ୍କର୍ ଲାଇଭ୍ ଶୋ’ରେ ବେହୋସ୍‌ ହୋଇପଡ଼ିଛନ୍ତି। ଆଙ୍କର ଜଣକ ପାଣିପାଗ ରିପୋର୍ଟ କହୁଥିବା ବେଳେ ଏପରି ଘଟିଛି। ଆଙ୍କର ବେହୋସ୍‌ ହୋଇଯିବା ଘଟଣା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଆମେରିକାରେ ଏକ ନ୍ୟୁଜ୍ ଚ୍ୟାନେଲର ଜଣେ ମହିଳା ଆଙ୍କର୍ ଲାଇଭ୍ ଶୋ’ରେ ବେହୋସ୍‌ ହୋଇପଡ଼ିଛନ୍ତି। ଆଙ୍କର ଜଣକ ପାଣିପାଗ ରିପୋର୍ଟ କହୁଥିବା ବେଳେ ଏପରି ଘଟିଛି। ଆଙ୍କର ବେହୋସ୍‌ ହୋଇଯିବା ଘଟଣା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

କୁହାଯାଉଛି, ମହିଳା ଆଙ୍କର୍ ଏଲିସା କାର୍ଲସନ୍ ପୂର୍ବରୁ ହିଁ ହାର୍ଟ ରୋଗରେ ପୀଡିତ ଥିଲେ। ୨୦୧୪ ମସିହାରେ ମଧ୍ୟ ତାଙ୍କ ସହ ସମାନ ଘଟଣା ଘଟିଥିଲା। ଘଟଣା ପରେ ଯାଞ୍ଚରୁ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ହାର୍ଟ ଭଲଭ୍ ଲିକ୍ ଅଛି।

ଲାଇଭ୍ ଶୋ’ ବେଳେ ଆଙ୍କର୍ ଏଲିସା କାର୍ଲସନ୍‌ଙ୍କ ସହ ହୋଇଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଗତ ଶନିବାରର। ଏଥିରେ ଆପଣ ଦେଖିପାରିବେ ଯେ ଦୁଇ ଜଣ ଆଙ୍କର୍ ପ୍ରଥମେ ନ୍ୟୁଜ୍ ଶୋ’ ଆରମ୍ଭ କରୁଛନ୍ତି, ଯାହା ପରେ ସେମାନେ ପାଣିପାଗ ରିପୋର୍ଟ ଦେବା ପାଇଁ ଏଲିସା କାର୍ଲସନ୍‌ଙ୍କ ସହ ସଂଯୋଗ କରୁଛନ୍ତି। କାର୍ଲସନ୍ କିଛି ମିନିଟ୍‌ ଠିକ୍‌ଠାକ୍‌ କହୁଛନ୍ତି, କିନ୍ତୁ ଏହାପରେ ହଠାତ୍‌ ସେ ବେହୋସ୍‌ ହୋଇ ତଳେ ପଡ଼ିଯାଉଛନ୍ତି।

ଆଙ୍କରଙ୍କର ଏହି ଭିଡିଓ ସମସ୍ତଙ୍କୁ ଡରାଇ ଦେଇଛି। ତେବେ କହି ରଖୁଛୁ କି, ଆଜିକାଲି ହୃଦୟଜନିକ ରୋଗ ଯୁବଗୋଷ୍ଠୀଙ୍କୁ ଅଧିକ କବଳିତ କରୁଛି। ଭାରତରେ ଗତ ଏକ ଦଶନ୍ଧି ମଧ୍ୟରେ ହାର୍ଟ ଆଟାକ୍‌ ଏବଂ କାର୍ଡିୟାକ୍‌ ଅରେଷ୍ଟରେ ବହୁ ସଂଖ୍ୟକ ଯୁବକ ପ୍ରାଣ ହରାଇଛନ୍ତି।