କଣ ଆପଣ ଜାଣନ୍ତି କାହିଁକି କାତି ଛଡାଇଥାଏ ସାପ ? ହିନ୍ଦୁ ଧର୍ମର ଏହି ରହସ୍ୟମୟୀ ଜୀବକୁ ନେଇ ପଢନ୍ତୁ କିଛି ଅଜଣା କଥା

ହିନ୍ଦୁ ଧର୍ମରେ ସାପକୁ ଏକ ରହସ୍ୟମୟୀ ତଥା ଦିବ୍ୟ ଶକ୍ତି ବାଲା ଜୀବ ବୋଲି କୁହାଯାଏ । ସାପକୁ ନେଇ ହିନ୍ଦୁ ଧାର୍ମିକ ଗ୍ରନ୍ଥରେ ଅନେକ ଲେଖା ତଥା ଲୋକକଥା ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ପ୍ରତିବର୍ଷ ନାଗପଞ୍ଚମୀରେ ସାପଙ୍କ ପାଇଁ ପୂଜା ଅନୁଷ୍ଠାନ କରାଯିବା ସହ କ୍ଷୀର ମଧ୍ୟ ପିଆଯାଏ । ଆଜି ଆମେ ସାପଙ୍କୁ ନେଇ ଏମିତି କିଛି ତଥ୍ୟ କହିବୁ ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ କରିବ ।

– ସାପକୁ ଛାଡି ବାକି ସମସ୍ତ ଜୀବଙ୍କର ଉପର ତ୍ବଚା ଆପେ ଆପେ ମୃତ ହୋଇ ଛାଡିଯାଏ । କିନ୍ତୁ ସାପ ଏକ ମାତ୍ର ଏମିତି ଜୀବ ଯିଏ ନିଜ ତ୍ବଚାର ବାହାର ଆସ୍ତରଣ ଏକ ନିଶ୍ଚିତ ଅନ୍ତାରଳରେ ନିଜେ ଉତାରିଦିଏ ।

– ପୌରାଣିକ ମାନ୍ୟତା ଅନୁସାରେ, ସାପ ଯେବେ ନିଜ କାତି ଛଡାଇଥାଏ ସେତେବେଳେ ନିଜର ଆୟୁ ବଢାଇଥାଏ । ସାପର କାତି ବାହାର କରିବା ଏହାର ଅମରତାର ପ୍ରତୀକ ହୋଇଥାଏ।

– ସାଧାରଣତଃ ସାପର ତ୍ବଚା ଜଳରୋଧୀ ଆବରଣ ଯୁକ୍ତ ହୋଇଥାଏ । ସାପର ତ୍ବଚା ସ୍ବାଭାବିକ ଭାବରେ ଶୁଷ୍କ ହୋଇଥାଏ । କିନ୍ତୁ କିଛି ସାପ ଏମିତି ହୋଇଥାନ୍ତି ଯାହାଙ୍କ ତ୍ବଚା ଚିକଣ କିମ୍ବା ଖଦଡା ମଧ୍ୟ ହୋଇଥାଏ ।

shed snake skin– ବିଜ୍ଞାନ ଅନୁସାରେ, ସାପର ତ୍ବଚାରେ କୌଣସି ପ୍ରକାର କ୍ଷତି ହୋଇଥାଏ ସେତେବେଳେ ସାପ ନିଜକୁ ସଂକ୍ରମଣରୁ ବଂଚାଇବା ପାଇଁ ଉପର ତ୍ବଚାକୁ କାତି ଭାବରେ ବାହାର କରିଦେଇଥାଏ ।

– ଯେତେବେଳେ ସାପ ନିଜ କାତି ଛଡାଇଥାଏ ସେତେବେଳେ ସେ ଏକ ସପ୍ତାହ ପୂର୍ବରୁ ଶରୀରରୁ ଲିମ୍ଫେଷ୍ଟିକ୍ ନାମକ ଦ୍ରବ୍ୟ ବାହାର କରିଥାଏ । ଯେଉଁଥିପାଇଁ ସାପ ଅଳସ ହୋଇଯାଏ ଏବଂ ତାର ଆଖି କ୍ଷୀରୁଆ ଧଳା ହୋଇ ଅପାରଦର୍ଶୀ ହୋଇଯାଏ ।

– ସାପ ନିଜ କାତି ଛଡାଇବାର ଏକ ସପ୍ତାହ ପୂର୍ବରୁ ଏତେ ଅଳସ ହୋଇଯାଏ ଯେ ଭୋଜନ କରିପାରିନଥାଏ । କିନ୍ତୁ ନୂଆ ତ୍ବଚା ଆସିବା ପରେ ସେ ଚମକଦାର ଏବଂ ଉଜ୍ବଳ ହୋଇଯାଏ ।

– ଜାଣି ଆଶ୍ଚର‌୍ୟ୍ୟ ହେବେ କାତି ଛଡାଇବା ସମୟରେ ସାପକୁ ଖୁବ୍ କଷ୍ଟ ହୋଇଥାଏ ।

– ଯେତେବେଳେ ସାପ କାତି ଛଡାଇଥାଏ ସେତେବେଳେ ସାପ ଶରୀରରେ ପଡିଥିବା ଚିହ୍ନ କାତିରେ ଛାପି ହୋଇଯାଏ । ଯାହାକୁ ଦେଖି ଲୋକମାନେ ଜାଣି ଯାଆନ୍ତି ଏହା ସାପର କାତି ବୋଲି ।

– ସାପର କାତି ଛଡାଇବା ପ୍ରକ୍ରିୟା ତାର ପ୍ରଜାତି ଉପରେ ନିର୍ଭର କରେ । ଅଜଗର ତଥା ମୋଟା ସାପ ବର୍ଷରେ ଥରେ କାତି ଛଡାଇଥାଏ । ସାପର ଆୟୁ ତାର ରହିବା, ସ୍ବାସ୍ଥ୍ୟ, ତାପମାତ୍ରା ଏବଂ ଆଦ୍ରତା ଉପରେ ନିର୍ଭର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.