ହୋଟେଲ ବାହାରେ ସ୍ବାମୀକୁ ପ୍ରେମିକା ସହିତ ଧରିଲେ ପତ୍ନୀ, ଆଉ ତା’ପରେ ଭିଡିଓ ଦେଖନ୍ତୁ

ଆପଣ ‘ପତି, ପତ୍ନୀ ଔର ୱ’ ଫିଲ୍ମ ନିଶ୍ଚିତ ଦେଖିଥିବେ କିନ୍ତୁ ବାସ୍ତବିକ ଜୀବନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ପ୍ରେମିକା ସହିତ ହୋଟେଲରେ ଥିବା ବେଳେ ଧରିଛନ୍ତି। ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ମହିଳା ହୋଟେଲ ସାମ୍ନାରେ ଥିବା ପାର୍କିଂରେ ରହିଥିବା କାର ଆଡକୁ ଦୌଡୁଥିବା ନଜର ଆସିଛନ୍ତି। ସେଠାରେ ପହଞ୍ଚି କାରରେ ଥିବା ଅନ୍ଯ ଜଣେ ମହିଳାକୁ ବାହାରକୁ ଟାଣି ପିଟିବା ଆରମ୍ଭ କରିଦେଇଛନ୍ତି।

ସୂଚନା ମୁତାବକ, ମହାରାଷ୍ଟର ଔରଙ୍ଗାବାଦରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ କରି ତାଙ୍କ ପିଛା କରିଥିଲେ। ସେହି ମହିଳାଙ୍କ ସ୍ବାମୀ ପ୍ରେମିକା ସହିତ ହୋଟେଲକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀ ଜଣକ ସେଠାରେ ପହଞ୍ଚି ସ୍ବାମୀଙ୍କୁ ରାସଲୀଳାକୁ ପର୍ଦ୍ଦାଫାସ୍ କରିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.