ରାଗ ବ୍ରହ୍ମ ଚଣ୍ଡାଳ: ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ

ଯାଜପୁର(କେନ୍ଯୁଜ୍): ଶ୍ୱଶୁରକୁ ହାଣି ହତ୍ଯା କଲା ବୋହୂ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ । ମୃତଙ୍କ ନାଁ ପବନା ହାତୀ। ପାରିବାରିକ କଳହରୁ ଏଭଳି ବର୍ବରକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ବିଲରେ କାମ କରୁଥିବା ବେଳେ ପ୍ରଥମେ ବୋହୂ ରୁପା ହାତୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଶ୍ୱଶୁର ପବନାଙ୍କ ସହିତ ରୁପାଙ୍କର ଝଗଡ଼ା ହୋଇଥିଲା। ଯାହାକୁ ନେଇ ରାଗରେ ରୁପା ଶ୍ୱଶୁରକୁ ହାଣି ଦେଇଥିଲା । ତେବେଘଟଣା ଘଟାଇବା ପରେ ବୋହୂ ଫେରାର୍ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.