ବାପରେ ବାପ ! ଏକା ସାଥିରେ ପେଟରେ ବଢୁଛନ୍ତି ୧୩ ଶିଶୁ

ଗୋଟିଏ ଗର୍ଭରେ ପୁଣି ୧୩ଟି ଶିଶୁ । ଆଶ୍ଚର୍ଯ୍ୟ ହେଉଛନ୍ତି ନା । କିନ୍ତୁ କଥାଟି ସତ । ଏମିତି ଏକ ଅଦ୍ଭୁତ ଦାବି କରୁଛନ୍ତି ଜଣେ ଗର୍ଭବତୀ ମହିଳା । ଏହା ପୂର୍ବରୁ ଏହି ମହିଳା ଥରକରେ ଏକ ଜାଅଁଳା ଓ ଆଉ ଥରେ ତିନୋଟି ଛୁଆ ଏକା ସାଥିରେ ଜନ୍ମ ଦେଇଥିଲେ । ମହିଳା ଜଣଙ୍କ ମେକ୍ସିକୋ ଅଂଚଳର । ସେଠାରେ ହିଁ ନିଜ ପରିବାର ସହ ରୁହନ୍ତି । ମେକ୍ସିକୋର ଏହି ମହିଳାଙ୍କ ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ନିକଟରୁ କିଛି ସାହାଯ୍ୟ ପାଇବା ପାଇଁ ଦାବି କରାଯାଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେହି ଅଂଚଳର କାଉନ୍ସିଲର ବି କହିଛନ୍ତିକି ମହିଳାଙ୍କ ଗର୍ଭରେ ୧୩ଟି ଛୁଆ ଏକାସାଥିରେ ପାଳିତ ହେଉଛନ୍ତି । କହିରଖିବା ଉଚିତ ହେବକି ମହିଳାଙ୍କ ସ୍ୱାମୀ ଜଣେ ଫାୟାରମ୍ୟାନ ଭାବେ କାମ କରନ୍ତି । ୧୪ ବର୍ଷ ହେବ ସେ ଏହି କାମ କରି ଆସୁଛନ୍ତି । ଏବାବଦରେ ତାଙ୍କୁ ଯେତେବି ପାରିଶ୍ରମିକ ବାବଦରେ ମିଳୁଛି ତାହା ହୁଏତ ଏତେ ବଡ କୁଟୁମ୍ବ ଚଳିବା ପାଇଁ ଯଥେଷ୍ଟ ନୁହେଁ । ଏକା ସାଥିରେ ୧୯ ଗୋଟି ପିଲାଙ୍କ ଲାଳନ ଲାଳନ ପାଳନ ପାଇଁ ଏହା ଯଥେଷ୍ଟ ନୁହେଁ ।

୨୦୨୦ ରେ ତାଙ୍କ ପତ୍ନୀ ଦୁଇଟି ଛୁଆଙ୍କୁ ଜନ୍ମ ଦେଇଥିବା ବେଳେ ୨୦୨୧ରେ ତିନୋଟି ପିଲାଙ୍କ ମା’ ହୋଇଥିଲେ । ଯେବେକି ୨୦୧୭ରେ ସେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ । ଯିଏ ଛ ଛ ଟି ଛୁଆଙ୍କ ବାପା | ଆଉ ଏବେ ତାଙ୍କ ପତ୍ନୀ ମାରିଯା ହାର୍ଣ୍ଣଡେଜ ଏକା ସାଥିରେ ୧୩ଟି ଶିଶୁଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ।

ଏକ ବ୍ରିଟିଶ ନ୍ୟୁଜ ୱେବସାଇଟରେ ଛପା ହୋଇଥିବା ରିପୋର୍ଟ ମୁତାବକ, ସ୍ଥାନୀୟ କାଉନ୍ସିଲର ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଅପିଲ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ଯଦି ଆପଣ ମାନେ ଏକାଠି ହୋଇ ଆମମାନଙ୍କର ସାହାଯ୍ୟ କରିବେ ତେବେ ଏହି ପରିବାର ନିମନ୍ତେ ଖୁବ ଭଲ ହେବ । ସାଧାରଣତଃ ଏକା ସାଥିରେ ଏତେ ସଂଖ୍ୟକ ଛୁଆଙ୍କ ଡେଲିଭରିକୁ ରିସ୍କ ରହିଥାଏ ବୋଲି ଏକ୍ସପର୍ଟ କୁହନ୍ତି । ଏବେ ଯାଏଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ବୋଲି ଡାକ୍ତର ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.