+୨ ପାସ୍‌/ଗ୍ରାଜୁଏସନ୍‌ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ମୋଟା ଅଙ୍କର ସ୍କଲାରସିପ୍‌ ଘୋଷଣା, ଏବେ ହିଁ କରନ୍ତୁ ଆବେଦନ

ଫାଉଣ୍ଡେସନ୍‌ ଫର ଏକାଡେମିକ ଏକ୍ସିଲେନ୍ସ ଆଣ୍ଡ ଆକ୍ସେସ୍‌ (Foundation for Academic Excellence and Access (FAEA)) ପକ୍ଷରୁ ଆରମ୍ଭ ହୋଇଛି FAEA ସ୍କଲାରସିପ୍‌ ୨୦୨୨-୨୩ (FAEA Scholarship 2022-23)। +୨ ପାସ୍‌ କରିଥିବା କିମ୍ବା ପ୍ରଥମ ବର୍ଷ ଗ୍ରାଜୁଏସନ୍‌ର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ଏହି ସ୍କଲାରସିପ୍‌ ପାଇଁ କଳା, ବାଣିଜ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ ଓ ଅନ୍ୟ ଟେକ୍ନିକାଲ ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ। ଭାରତର ସବୁ କଲେଜ, ଇନ୍‌ଷ୍ଟିଚ୍ୟୁଟ୍‌ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ।

ଦ୍ୱାଦଶ ପାସ୍‌ କରିଥିବା ଛାତ୍ରଛାତ୍ରୀ କିମ୍ବା ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଆପ୍ଲାଏ କରିପାରିବେ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୦ ଜୁନ୍‌ ୨୦୨୨।

ସ୍କଲାରସିପ୍‌ ପ୍ରଦାନ କରୁଥିବା ସଂସ୍ଥାର ନାମ:

ଫାଉଣ୍ଡେସନ୍‌ ଫର ଏକାଡେମିକ ଏକ୍ସିଲେନ୍ସ ଆଣ୍ଡ ଆକ୍ସେସ୍‌ (Foundation for Academic Excellence and Access (FAEA))

ସ୍କଲାରସିପ୍‌ର ନାମ:

FAEA ସ୍କଲାରସିପ୍‌ ୨୦୨୨-୨୩

Scholarship

ଯୋଗ୍ୟତା:

  • ପ୍ରାର୍ଥୀ ଦ୍ୱାଦଶ ପାସ୍‌ କରିଥିବା ଆବଶ୍ୟକ।
  • ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।
  • ଭାରତର ଯେକୌଣସି କଲେଜ, ଇନ୍‌ଷ୍ଟିଚ୍ୟୁଟ୍‌ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ।

ଆବେଦନର ଶେଷ ତାରିଖ:

୩୦ ଜୁନ୍‌ ୨୦୨୨

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ http://www.faeaindia.org/କୁ ଯାଆନ୍ତୁ।

Also Read: ମହାଦେବଙ୍କ ଡମ୍ବରୁ ଧ୍ୱନିରେ ରହିଛି ଅନେକ ଚମତ୍କାରୀ ଶକ୍ତି, ଘରେ ରଖିବା ଦ୍ୱାରା ମିଳେ ଏସବୁ ଫାଇଦା