ଚାକିରି ମିଳିବା ପରେ ଅଫିସ ବାହାରେ ଧୂମ୍‌ ନାଚିଲେ ଯୁବତୀ, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

କଣ କେବେ ଆପଣଙ୍କ ସହିତ ଏମିତି ହୋଇଛି, ଯେଉଁଠି ଆପଣ କୌଣସି ଜବ୍‌ ପାଇଁ ଇଣ୍ଟଭ୍ୟୁର୍ ଦେବାକୁ ଯାଇଛନ୍ତି ଆଉ ଆପଣ ସେହି ଜବରେ ସିଲେକ୍ଟ ହୋଇଗଲେ। ଏହାପରେ ଆପଣଙ୍କ ରିଆକସନ୍‌ କେମିତି ରହିବ, ନିଶ୍ଚିତ ଭାବରେ ଆପଣଙ୍କ ଚେହେରାରେ ଖୁସି ଆସିଯିବ ଆଉ ମନ ନାଚିବାକୁ ଇଚ୍ଛା କରୁଥବ କିନ୍ତୁ ବସଙ୍କ ପାଖରେ ଖୁସିକୁ ଚାପି ରଖିଥାନ୍ତି ଆଉ ବାହାରକୁ ଆସି ମନ ଖୋଲି ଆପଣ ଖୁସି ବ୍ୟକ୍ତ କରନ୍ତି।

ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଆପଣ ଜଣେ ଯୁବତୀଙ୍କୁ ଅଫିସ୍‌ ବାହାରେ ନାଚୁଥିବାର ଦେଖିବାକୁ ପାଇବେ। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଜଣେ ଯୁବତୀ ଅଫିସ ବାହାରର ପାର୍କିଂକୁ ଆସୁଛନ୍ତି। ଆଉ ସେଠାରେ କିଛି ବାଟ ଚାଲି ଚାଲି ଗଲା ପରେ ଗୋଟେ ସ୍ଥାନରେ ଛିଡା ହୋଇ ଏପଟ ସେପଟ ଦେଖି ମନ ଖୋଲି ଧୂମ୍‌ ନାଚୁଛନ୍ତି। ଆଉ କିଛି ସେକେଣ୍ଡ ଏମିତି ନାଚିବା ପରେ ଚୁପଚାପ ଚାଲି ଯାଉଛନ୍ତି।

juabtiiତେବେ ଏହି ଭିଡିଓଟି ଅଫିସ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଯାହାକୁ ସେଠାରେ ଜଣେ କର୍ମଚାରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଉ ଭିଡିଓଟି ପୋଷ୍ଟ ହେବା ମାତ୍ରକେ ଭାଇରାଲ ହୋଇଯାଇଥିଲା। ତେବେ ଏହି ଭିଡିଓକୁ ଦେଖି ଲୋକମାନେ ଖୁବ୍‌ ଖୁସି ହେବା ସହିତ ନିଜ ସହ ହୋଇଥିବା ଏମିତି ଫିଲିଙ୍ଗସକୁ ମନେ ପକାଇବା ସହ ନିଜର ଅନୁଭବକୁ ବି ସେୟାର କରୁଛନ୍ତି।