ଏଭଳି ପୁରୁଷଙ୍କୁ ପାଇବାକୁ କିଛି ବି କରିପାରନ୍ତି ମହିଳାମାନେ, ଆପଣଙ୍କ ଭିତରେ ଅଛି କି ଏହି ଗୁଣ, ଜାଣନ୍ତୁ କ’ଣ

କୁହାଯାଏ ଦୁନିଆର କଠିନରୁ କଠିନ କଥା ବୁଝିବାରେ ସହଜ ହୋଇପାରେ,ହେଲେ ଜଣେ ସ୍ତ୍ରୀଙ୍କୁ ବୁଝିବା ସହଜ ହୋଇନଥାଏ । ଭାରତର ମହାନ ଅର୍ଥଶାସ୍ତ୍ରୀ ଓ ଜ୍ଞାନୀ ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀଙ୍କୁ କେହି ବି ବୁଝିପାରିବେ ନାହିଁ ।
ଭାରତରେ ମହିଳା ବା ସ୍ତ୍ରୀଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୁପ କୁହାଯାଇଥାଏ ।

ଗୋଟିଏ ପଟରେ ପୁରୁଷଙ୍କ ପାଇଁ କେଉଁଭଳି ମହିଳା ହେବା ଦରକାର,ତାର ପରିଚୟ ଦେଇଥିବା ବେଳେ ମହିଳା ମଧ୍ୟ ପୁରୁଷଙ୍କ କେଉଁ ଗୁଣ ପାଇଁ ପାଇବାକୁ ଚାହିଁଥାନ୍ତି ସେ ସମ୍ପର୍କରେ କହିଛନ୍ତି । ଚାଣକ୍ୟ କହିଛନ୍ତି ଯେ ପୁରୁଷଙ୍କ କିଛି ଗୁଣ ଏପରି ହୋଇଥାଏ,ଯାହାକୁ ପାଇବା ପାଇଁ ମହିଳା କିଛି ବି କରିବାକୁ ପଛାନ୍ତି ନାହିଁ । ଆସନ୍ତୁ ଜାଣିବା କ’ଣ ସେହି ଗୁଣ ।

କଥା କହିବାର ଷ୍ଟାଇଲ

କୁହାଯାଏ ଜଣେ ପୁରୁଷର କଥା କହିବାର ତରିକା ତା’ର ସଂସ୍କାର ବିଷୟରେ ସୂଚନା ଦେଇଥାଏ । ସେହିଥିରୁ ଜଣାପଡେ ସେ କିପରି ତାର ପାର୍ଟନରଙ୍କ ସହ ବ୍ୟବହାର କରିବ । ମହିଳାଙ୍କୁ ସେପରି ପୁରୁଷ ପସନ୍ଦ ଆସିଥାନ୍ତି,ଯିଏ କାହା ସହ ଭୁଲ ତରିକାରେ କଥା ହେବାକୁ ଚାହାଁନ୍ତି ନାହିଁ କିମ୍ବା ତାଙ୍କ ଉପରେ କ୍ରୋଧ କରି ନଥାନ୍ତି । ମହିଳା ଓ ଝିଅମାନେ ସମ୍ମାନର ଭୋକିଲା ହୋଇଥାନ୍ତି । ଏପରି ପୁରୁଷଙ୍କ ଉପରେ ଖୁବ ଶୀଘ୍ର ସେ ଫଶିଯାଇଥାନ୍ତି ।

ବ୍ୟକ୍ତିତ୍ୱ ମଧ୍ୟ ବଡ଼ ଗୁଣ

ମହିଳା ବା ପୁରୁଷ ଉଭୟେ ଚାହିଁଥାନ୍ତି ଯେ ତାଙ୍କ ପାର୍ଟନର ସୁନ୍ଦର ହୋଇଥାନ୍ତୁ । କିନ୍ତୁ ଜାଣନ୍ତି କି ମହିଳା ସୁନ୍ଦରତା ଅପେକ୍ଷା ବ୍ୟକ୍ତିତ୍ୱକୁ ଅଧିକ ପସନ୍ଦ କରିଥାନ୍ତି । ମହିଳା ଘମଣ୍ଡ ଓ ଖରାପ ଆଦତ ଥିବା ପୁରୁଷଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି ।

ଧୈର୍ଯ୍ୟରର ସହ ଶୁଣୁଥିବା ପୁରୁଷକଙ୍କୁ କରିଥାନ୍ତି ପସନ୍ଦ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପ୍ରତ୍ୟେକ ସ୍ତ୍ରୀର ସ୍ୱପ୍ନ ହୋଇଥାଏ ଯେ ତାଙ୍କର ଜୀବନରେ ଯେଉଁ ପୁରୁଷ ବି ଆସୁ, ସେ ଧୈର୍ଯ୍ୟର ସହ ତାଙ୍କ କଥା ଶୁଣନ୍ତୁ ଓ ବୁଝନ୍ତୁ । ଏହି କଥା ସେ ତାଙ୍କ ପାର୍ଟନରଙ୍କ ଭିତରେ ଦେଖିବାକୁ ଚାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.