Below header

ଏହି ଦେଶର ମହିଳାଙ୍କ ଉପରେ ପଡେନାହିଁ ବଢୁଥିବା ବୟସର ପ୍ରଭାବ, ଜାଣନ୍ତୁ କଣ ରହିଛି ଏହାର କାରଣ

ଯୁବାବସ୍ଥାକୁ ଅତିକ୍ରମ କରି ବଢୁଥିବା ବୟସ ଦିଗକୁ ଗତି କରିବା ପାଇଁ କେହି ପସନ୍ଦ କରିନଥାନ୍ତି।ଛୋଟ ବେଳେ ସମସ୍ତେ ବଡ ହେବା ପାଇଁ ଇଚ୍ଛା କରିଥାନ୍ତି କିନ୍ତୁ ବଡ ହୋଇ ଯୁବାବସ୍ଥାକୁ ଆସିଲା ପରେ ଆଉ କେହି ବୃଦ୍ଧାବସ୍ଥାକୁ ଯିବାକୁ କୌଣସି ମଣିଷ ଚାହିଁନଥାନ୍ତି। ସମସ୍ତେ ନିଜକୁ କମ୍‌ ବୟସ ଦେଖାଇବା ପାଇଁ ବିଭିନ୍ନ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ପୃଥିବୀରେ ଏମିତି ଏକ ଦେଶ ରହିଛି ଯାହାର ମହିଳାଙ୍କ ଉପରେ ବଢୁଥିବା ବୟସର ପ୍ରଭାବ ପଡେ ନାହିଁ।ଆଜି ଆମେ ଆପଣଙ୍କୁ ସେହି ଦେଶର ସ୍ୱତନ୍ତ୍ରତା ଏବଂ ଏହାର ସଂସ୍କୃତି ବିଷୟରେ ଜଣାଇବୁ।

girl2

ନିଜ ଆଖପାଖର କେତେକ ଦ୍ୱିପକୁ ମିଶାଇ ଚିନ ଗଣରାଜ୍ୟର ଅଂଶ ହୋଇଥିବା ଏହି ଦ୍ୱିପର ନାମ ହେଉଛି ତାଇବାନ। ତାଇାବାନ ଏକ ଦେଶ ଭାବରେ ବିଶ୍ୱର ୧୭ଟି ଦେଶ ସହ ସର୍ମ୍ପକ ବଜାୟ ରଖିଛି। ଏହାର ନିଜସ୍ୱ ଭିନ୍ନ ଏକ ସାମାଜିକ ସଂସ୍କୃତି ରହିଛି। ୨.୩୬ କୋଟି ଜନସଂଖ୍ୟା ଥିବା ଏହି ଦେଶର ୭୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମକୁ ପାଳନ କରିଥାନ୍ତି। ଏହି ଦେଶର ମହିଳା ମାନେ ଖୁବ ସୁନ୍ଦର ହୋଇଥାନ୍ତି ଓ ଏମାନେ ଅଧିକ ଦିନ ପର୍ଯ୍ୟନ୍ତ ଯୁବାବସ୍ଥା ଭଳି ଦେଖାଯାନ୍ତି।ଏମାନଙ୍କର ଖାଇବା ପିଇବା କିମ୍ବା ମେକ୍‌ଅପ ଏହାର ପଛର ରହସ୍ୟ ନୁହେଁ। ଏହି ଦେଶରେ ମହିଳା ମାନେ ନିଜ ରଙ୍ଗ ରୂପ ପ୍ରତି ଅଧିକ ସଜାଗ ରହିଥାନ୍ତି। ଖରାରେ ବାହାରିଲେ ଚେହେରା କଳା ଏବଂ ଖରାପ ହୋଇଥାଏ ବୋଲି ଏମାନେ କେବେବି ଖରାରେ ବାହାରକୁ ବାହାରନ୍ତି ନାହିଁ। ଏହା ସହିତ ଖରାରେ ବାହାରିଲେ ବୟସ କମିଯାଏ ବୋଲି ଏମାନଙ୍କ ବିଶ୍ୱାସ ରହିଛି।

girl3

ଏହି ଦେଶର ଲୋକେ ଖେଳରେ ମଧ୍ୟ ଅଧିକ ଆଗ୍ରହ ଦେଖାଇଥିବାରୁ ଏମାନେ ସମସ୍ତେ ଫିଟ ରହିଥାନ୍ତି। ପ୍ରାୟତଃ ଅଧିକାଂଶ ଲୋକଙ୍କୁ ବର୍ଷାରେ ଭିଜିବାକୁ ମଜା ଲାଗୁଥିବା ବେଳେ ତାଇବାନ ଦେଶର ଲୋକେ ବର୍ଷାରେ ଭିଜିବାକୁ କଦାପି ପସନ୍ଦ କରିନଥାନ୍ତି।ଏହି ଦେଶର ଲୋକେ ଖୁବ ପରିଶ୍ରମୀ ହୋଇଥାନ୍ତି ଓ ଏମାନେ ଦିନକୁ ୧୦ ଘଣ୍ଟା କାମ କରିଥାନ୍ତି। ଏହା ଯୋଗୁଁ ଏମାନେ ଖୁବ କମ୍‌ ବୟସରୁ ଧନୀ ହୋଇଯାନ୍ତି।ଏହି ଦେଶରେ ସ୍କୁଲ ମାନଙ୍କରେ ଗଣିତ ଏବଂ ବିଜ୍ଞାନର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସମସ୍ତ ପ୍ରକାର ଗାଡିର ସୁବିଧା ଥାଇ ମଧ୍ୟ ଏହି ଦେଶର ଲୋକେ ସବୁବେଳେ ସ୍କୁଟର ଚଲାଉଥିବାର ନଜର ଆସିଥାନ୍ତି। ତାଇବାନ ଦେଶରେ ମଧ୍ୟ ଭାରତର ଅତିଥି ଦେବ ଭବ ଭଳି ଏକ ପରମ୍ପରା ରହିଛି। ଏମାନେ ମଧ୍ୟ ଅତିଥିଙ୍କର ଖୁବ ଆଦର ସତ୍କାର କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.