‘କ୍ରିସ୍‌ମାସ ଡେ’ରେ ପଠାଯାଇଥିଲା ଦୁନିଆର ପ୍ରଥମ ଟେକ୍ସଟ୍‌ ମେସେଜ, ଏବେ ୩୦ ବର୍ଷ ପରେ ୧.୭୧ କୋଟିରେ ହେଉଛି ନିଲାମ; ଜାଣନ୍ତୁ ଇତିହାସ

ଆଜିକାଲି ଟେକ୍ସଟ୍ ମେସେଜିଂ ଅତି ସାଧାରଣ କଥା ହୋଇ ଗଲାଣି। ହ୍ଵାଟସ୍‌ଆପ, ଇ-ମେଲ୍ ସହିତ ଅନ୍ୟାନ୍ୟ ପ୍ଲାଟଫର୍ମରେ ଦିନକୁ ଅଗଣିତ ଟେକ୍ସଟ୍ ମେସେଜ ପଠାଯାଉଛି। କିନ୍ତୁ ଆପଣ ଜାଣନ୍ତି କି, ଦୁନିଆର ପ୍ରଥମ ଟେକ୍ସଟ୍ ମେସେଜ କେଉଁଟା ଥିଲା, ଯାହାକି ପ୍ରଥମ ଥର ଅନଲାଇନରେ ପଠାଯାଇଥିଲା ଏବଂ ଏହା କେବେ ପଠାଯାଇଥିଲା? ଯଦି ଆପଣ ଏ ବିଷୟରେ ଜାଣି ନାହାନ୍ତି, ତ ଆମେ ଆପଣଙ୍କୁ କହିବୁ ଯେ ଦୁନିଆର ପ୍ରଥମ ଟେକ୍ସଟ୍‌ ମେସେଜ ୩୦ ବର୍ଷ ପୂର୍ବେ ୧୯୯୨ ମସିହାରେ ପଠାଯାଇଥିଲା। ଏହି ବାର୍ତ୍ତା ଆଜି ବି ସ୍ୱତନ୍ତ୍ର ରହିଛି, ଯାହାକୁ ସଂରକ୍ଷିତ କରି ରଖା ଯାଇଥିଲା। ବର୍ତ୍ତମାନ ଏହି ଟେକ୍ସଟ୍‌ ମେସେଜକୁ ୨୧ ଡିସେମ୍ବରରେ ନିଲାମ କରାଯାଉଛି। ଆସନ୍ତୁ ଜାଣିବା, ଦୁନିଆର ଏହି ପ୍ରଥମ ଟେକ୍ସଟ୍‌ ମେସେଜର ଇତିହାସ ବିଷୟରେ।

ପ୍ରଥମେ ଭୋଡାଫୋନ୍ ନମ୍ବରରେ ପଠାଯାଇଥିଲା ଏହି ମେସେଜ

ଦୁନିଆର ପ୍ରଥମ ଟେକ୍ସଟ୍ ମେସେଜ ପଠାଇଥିବା କମ୍ପାନୀ ଭୋଡାଫୋନ୍ ଥିଲା, ଯାହାକି ନିଜର ହିଁ ନମ୍ବରରେ ବିଶ୍ୱର ପ୍ରଥମ ଟେକ୍ସଟ୍‌ ମେସେଜ କରିଥିଲା। ଏହି ମେସେଜ ପଠାଇଥିବା ବ୍ୟକ୍ତି ମଧ୍ୟ ଭୋଡାଫୋନର କର୍ମଚାରୀ ଥିଲେ। ବାସ୍ତବରେ, କମ୍ପାନୀର ଇଞ୍ଜିନିୟର ନିଲ୍ ପାପୱର୍ଥଙ୍କ ଦ୍ୱାରା ପ୍ରଥମ ଟେକ୍ସଟ୍‌ ମେସେଜ ରିଚାର୍ଡ ଜାର୍ଭିସ୍‌ଙ୍କ ନିକଟକୁ ୱର୍କସାୟାରର ନ୍ୟୁବରୀରେ ପଠାଯାଇଥିଲା।

ନିଲ ପାପୱର୍ଥ ପ୍ରଥମ ଟେକ୍ସଟ୍‌ ମେସେଜ ୩ ଡିସେମ୍ବର ୧୯୯୨ରେ ପଠାଇଥିଲେ। ୨୨ ବର୍ଷୀୟ ପାପୱର୍ଥ ଭୋଡାଫୋନ୍ ପାଇଁ ଶର୍ଟ ମେସେଜ୍ ସର୍ଭିସ୍‌ (SMS)ରେ କାମ କରୁଥିଲେ। ପାପୱର୍ଥଙ୍କର ପ୍ରଥମ ବାର୍ତ୍ତା ଖ୍ରୀଷ୍ଟମାସ ଶୁଭେଚ୍ଛା ବିଷୟରେ ଥିଲା। ଏହିପରି ଭାବରେ ଏହା ଦୁନିଆର ପ୍ରଥମ ଟେକ୍ସଟ ମେସେଜ ବନି ଯାଇଥିଲା। ଏହି ମେସେଜ କେବଳ ୧୪ ଅକ୍ଷର ବିଶିଷ୍ଟ ଥିଲା। ପାପୱର୍ଥ ‘ମେରୀ ଖ୍ରୀଷ୍ଟମାସ’ ଶୁଭେଚ୍ଛା ସହିତ ପ୍ରଥମ ଟେକ୍ସଟ ମେସେଜ ପଠାଇଥିଲେ।

ବର୍ତ୍ତମାନ ଏହି ମେସେଜ ହେବ ନିଲାମ

ଦୁନିଆର ପ୍ରଥମ ଟେକ୍ସଟ୍‌ ମେସେଜର ନିଲାମ ଡିସେମ୍ବର ୨୧ରେ ହେବାକୁ ଯାଉଛି। ଏହି ମେସେଜର ନିଲାମୀ ଫ୍ରାନ୍ସର ଆଗୁଟ୍ସ ଅକ୍ସନ ହାଉସ୍ ଦ୍ୱାରା କରାଯାଉଛି। ଏହି ଟେକ୍ସଟ୍ ମେସେଜକୁ କ୍ରିପ୍ଟୋକରେନ୍ସି ସହିତ ହିଁ କିଣା ଯାଇପାରିବ। ଏ ପର୍ଯ୍ୟନ୍ତ ଏହି ମେସେଜକୁ ପାଖାପାଖି ୧ କୋଟି ୭୧ ଲକ୍ଷ ଟଙ୍କାରେ ନିଲାମ ପାଇଁ ତାଲିକାଭୁକ୍ତ କରାଯାଇଛି। ସର୍ବୋଚ୍ଚ ବିଡର (ସବୁଠାରୁ ଅଧିକ ନିଲାମ ଡାକ କରିଥିବା ବ୍ୟକ୍ତି) ଏକ ଡିଜିଟାଲ୍ ଫାଇଲ୍ ପାଇବେ, ଯେଉଁଥିରେ ଟେକ୍ସଟ୍ ମେସେଜ୍ ପଠାଇଥିବା ବ୍ୟକ୍ତି ଏବଂ ପ୍ରାପ୍ତକର୍ତ୍ତାଙ୍କ ବିଷୟରେ ସମସ୍ତ ସୂଚନା ଦିଆଯିବ।

Leave A Reply

Your email address will not be published.