ଦୁନିଆର ମହଙ୍ଗା ଅଙ୍ଗୁର Ruby Roman

ଦୁନିଆର ସବୁଠୁ ଦାମିକିଆ ଅଙ୍ଗୁର Ruby Roman Grape। ଯାହାର ଗୋଟିଏ ପେନ୍ଥାର ଦାମରେ ଆପଣ ଗାଡ଼ି କିଣିଦେବେ। ରୁବି ରୋମାନ୍ ଅଙ୍ଗୁର ଏକ ବିଶେଷ ପ୍ରକାରର ଅଙ୍ଗୁର କେବଳ ଜାପାନର ଇଶିକାୱାରେ ଅମଳ ହୁଏ ।

କାହାଣୀ ଏମିତି ଏକ ଫଳ ଯାହାର ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଏହି ଫଳକୁ ଆପଣ ନିହାତି ଭାବେ ଆପଣ ପ୍ରତିିଦିନ ଖାଉଥିବେ। କିନ୍ତୁ ଆପଣ ଯେତିକି ଦାମ ରେ କିଣୁଛନ୍ତି ତାଠାରୁ ଢ଼େର ଅଧିକ ରହିଛି ସେହି ଫଳର ପ୍ରକୃତ ଦାମ। ଆମେ ଏଠି ଆପଣଙ୍କୁ ଦାମିକିଆ ଅଙ୍ଗୁର ସମ୍ପର୍କରେ କହୁଛୁ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏମିତି ଏକ ଫଳ ଯାହା ଅଙ୍ଗୁର ମାନଙ୍କ ର ରାଜା କହିଲେ ବି ଭୁଲ ହେବ ନାହିଁ।

ଦୁନିଆରେ ମୂଲ୍ୟବାନ ସମ୍ପତ୍ତିର ଅଭାବ ନାହିଁ । ଦାମୀ ଘର, କାର ଭଳି ମହଙ୍ଗା ଜିନିଷ ବିଷୟରେ ଆମେ ପ୍ରାୟତଃ ଶୁଣିଛୁ । କିନ୍ତୁ ଆପଣ ଦୁନିଆର ସବୁଠୁ ଦାମୀ ଅଙ୍ଗୁର ବିଷୟରେ ଶୁଣିଛନ୍ତି କି? ଏହା ଦେଉଛି ଦୁନିଆର ସବୁଠୁ ମହଙ୍ଗା ଅଙ୍ଗୁର। ଯାହାର ନାମ ହେଉଛି Ruby Roman Grape। ଆପଣ ଯେଉଁ ଅଙ୍ଗୁର ଖାଉଛନ୍ତି ତାହା ଏହି ଅଙ୍ଗୁ ର ନୁହେଁ। ମୁଖ୍ୟ ରୁପେ ଏହା ଜାପାନର ଇଶିକାଓ୍ଵାରେ ହୋଇଥାଏ। ଏହାକୁ ସେଠାରେ ଚାଷ କରାଯାଏ।

ସଧାରଣତଃ ସବୁଜ ଅଙ୍ଗୁର ଭାରତରେ କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କାରେ ବିକ୍ରି ହୁଏ । ଯେତେବେଳେ କି କଳା ଅଙ୍ଗୁର ମୂଲ୍ୟ କିଲୋ ପ୍ରତି ୮୦ ରୁ ୧୨୦ ଟଙ୍କା । ଏମାନଙ୍କ ବ୍ୟତୀତ ଅନ୍ୟ ଏକ ପ୍ରକାରର ଅଙ୍ଗୁର ଅଛି ଯାହା କିଲୋରେ ବିକ୍ରି ହୁଏ ନାହିଁ ବରଂ ପେନ୍ଥାରେ ବିକ୍ରି ହୁଏ ଏବଂ ଗୋଟିଏ ପେନ୍ଥାର ମୂଲ୍ୟ ୮ ଲକ୍ଷ ୮୦ ହଜାରରୁ ବି ଅଧିକ ।

ସାଧାରଣ ଅଙ୍ଗୁର ଖାଇବା ପାଇଁ ଆପଣଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ବି ରୁବି ରୋମାନ୍ ଅଙ୍ଗୁର କିଣିବା ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।ରୁବି ରୋମାନ୍ ଅଙ୍ଗୁର ଏକ ବିଶେଷ ପ୍ରକାରର ଅଙ୍ଗୁର କେବଳ ଜାପାନର ଇଶିକାୱା ଅମଳ ହୁଏ । ଏହି ଅଙ୍ଗୁରକୁ ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର କୁହାଯାଏ । ରୁବି ରୋମାନ୍ ଅଙ୍ଗୁରରେ କମ୍ ଏସିଡ୍ ଏବଂ ଅଧିକ ମଧୁରତା ଥାଏ ଏବଂ ବହୁତ ରସଯୁକ୍ତ । ପ୍ରତ୍ୟେକ ଅଙ୍ଗୁର ଓଜନ ପ୍ରାୟ ୨୦ ଗ୍ରାମ ।

ବିଶେଷ କଥା ହେଉଛି ରୁବି ରୋମାନ୍ ଅଙ୍ଗୁଳ ଖାଇବା ପାଇଁ ୧୪ ବର୍ଷ ଅପେକ୍ଷା କରିବାକୁ ପଡିବ । ୨୦୦୮ ରେ ଜାପାନର କୃଷକ ସୁଟୋମୁ ଟାକେମୋରୀ ଦ୍ୱାରା ଉତ୍ପାଦିତ ଏହି ପ୍ରକାରର ପ୍ରଥମ ଅଙ୍ଗୁର ନିଲାମ କରାଯାଇଥିଲା । ୧୪ ବର୍ଷର କଠିନ ପରିଶ୍ରମ ପରେ, ଏହି ଅଙ୍ଗୁର ପେନ୍ଥା ୯୧୦ ଡଲାର ଅର୍ଥାତ୍ ୭୫ ହଜାରରେ ବିକ୍ରି ହୋଇଥିଲା ।

୨୦୧୯ ରେ ରୁବି ରୋମାନ୍ ଅଙ୍ଗୁରର ମୂଲ୍ୟ ବୃଦ୍ଧି ପାଇଲା ଏବଂ ନିଲାମରେ ଏକ ପେନ୍ଥା ପ୍ରାୟ ୮ ଲକ୍ଷ ୯୦ ହଜାର ଟଙ୍କାରେ ବିକ୍ରି ହେଲା । ଏହି ସମୟରେ, ଏହି ଅଙ୍ଗୁରର ଗୋଟିଏ ପେନ୍ଥାରେ ଥିବା ଗୋଟିଏ ଅଙ୍ଗୁର ର ମୂଲ୍ୟ ପ୍ରାୟ ୨୫ ହଜାର ଟଙ୍କା ଥିଲା । ରୁବି ରୋମାନ୍ ସର୍ବୋତ୍ତମ ଅଙ୍ଗୁର ମାନ୍ୟତା ପାଇଛି । ଏହି ଅଙ୍ଗୁର ସାଧାରଣ ଅଙ୍ଗୁର ଅପେକ୍ଷା ୩ରୁ ୪ ଗୁଣ ବଡ । ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ ୨୦ ଗ୍ରାମ । କିନ୍ତୁ ପ୍ରିମିୟମ୍ ଗୁଣବତ୍ତା ଅଙ୍ଗୁରର ଓଜନ ମଧ୍ୟ ୩୦ ଗ୍ରାମ ।