ରାସ୍ତାରେ ପ୍ରେମୀଯୁଗଳ ହଟହଟା, ରଂଗ ନମ୍ବରରୁ ଗଢି ଉଠିଲା ପ୍ରେମ, ମହିଳାଙ୍କୁ ନେଇ ଯୁବକ ଫେରାର

ରାସ୍ତା ଉପରେ ପ୍ରେମୀ ଯୁଗଳ ହଟହଟା । ଲୋକଙ୍କଠୁ ମାଡ଼ ସାଙ୍ଗକୁ ଗାଳି । ପ୍ରେମିକ ଅବସ୍ଥା କିନ୍ତୁ ପୁରା ବେହାଲ ମୁହଁପୁରା କଳାକାଠ ପଡ଼ି ଯାଇଛି । ମୁହଁ ତଳକୁ କରି ସହି ଚାଲିଛି । ଏପଟେ ସ୍ୱାମୀଙ୍କ ହାତକୁ ଧରି କାନ୍ଦି ଚାଲିଛି ସ୍ତ୍ରୀ । ଭୁଲ ତ କରିଦେଇଛନ୍ତି, ଏବେ ପଶ୍ଚାତାପରେ କାନ୍ଦି ଚାଲିଛନ୍ତି । ସ୍ୱାମୀ ହାତଧରି ନେହୁରା ହେଉଛନ୍ତି କ୍ଷମା କରିଦେବାକୁ ।

କେନ୍ୟୁଜ୍‌(ବ୍ୟୁରୋ): ରାସ୍ତା ଉପରେ ପ୍ରେମୀ ଯୁଗଳ ହଟହଟା । ଛେଚା ଖାଇଲା ପ୍ରେମିକ । ପ୍ରେମିକର ଅବସ୍ଥା କହିଲେ ନସରେ । ଲୋକଙ୍କଠୁ ମାଡ଼ ସାଙ୍ଗକୁ ଗାଳି । ଯିଏ ଯେମିତି ପାରିଲା ବାଡ଼େଇ ଦେଇଗଲା । କହିବାକୁ ଗଲେ ପୁରା ପବ୍ଲିକ ମାଡ଼ । ଲୋକଙ୍କ ଭିତରୁ ଜଣେ କହୁଛନ୍ତି ମଜା ଲାଗୁଥିଲା । କଥା ହେବାରୁ ନେଇକି ଆସିଲୁ । ମଜା ଲାଗୁଥିଲା ତତେ । ତା ପରିବାର ଟାକୁ ବରବାଦ କରି ଧରିକି ପଳେଇ ଆସିଲୁ । ୨ଟା ଛୁଆ ଅଛି ୨୬ବର୍ଷ ହେବ । ଭାଇ ମୁହଁଟା ଦେଖେଇଲ । ଏମିତି କହି ଚୁଟିକୁ ଧରି ମାରି ଚାଲିଛନ୍ତି । କହୁଛନ୍ତି ମୁହଁ ସାଇଜ ହୋଇଯିବ । ପ୍ରେମିକ ଅବସ୍ଥା କିନ୍ତୁ ପୁରା ବେହାଲ ମୁହଁପୁରା କଳାକାଠ ପଡ଼ି ଯାଇଛି । ମୁହଁ ତଳକୁ କରି ସହି ଚାଲିଛି । କଣ କରିବ ବିଚରା ଅକଳରେ ପଡ଼ିଯାଇଛି । ଏପଟେ ସ୍ୱାମୀଙ୍କ ହାତକୁ ଧରି କାନ୍ଦି ଚାଲିଛି ସ୍ତ୍ରୀ । ଏହାସହ ପାଖରେ ରୁଣ୍ଡ ହୋଇ ଯାଇଛନ୍ତି ଅନେକ ଲୋକ । ଆଉ ପଚାରୁଛନ୍ତି ଘର କୋଉଠି । ମହିଳା ଜଣକ କିନ୍ତୁ କିଛି କହିପାରୁ ନାହାଁନ୍ତି କେବଳ କାନ୍ଦି ଚାଲିଛନ୍ତି । ଭୁଲ ତ କରିଦେଇଛନ୍ତି, ଏବେ ପଶ୍ଚାତାପରେ କାନ୍ଦି ଚାଲିଛନ୍ତି । ସ୍ୱାମୀ ହାତଧରି ନେହୁରା ହେଉଛନ୍ତି କ୍ଷମା କରିଦେବାକୁ । ସ୍ୱାମୀକିନ୍ତୁ ରାଗିକି ପଞ୍ଚମ । ରାଗ ଲାଗିବା ବି ସ୍ୱାଭାବିକ । ଲୋକେ କିନ୍ତୁ କହୁଛନ୍ତି ବାଡ଼େଇବେନି ।

ଘଟଣା ହେଲା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପଞ୍ଚବଟୀ ଗାଁର ରତିକାନ୍ତ ମଲ୍ଲିକ ମିଲିଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଭୁବନେଶ୍ୱରରେ ରହି ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ । ସ୍ୱାମୀ କାମକୁ ଗଲାପରେ ସ୍ତ୍ରୀ ଘରେ ଏକୁଟିଆ । ଦିନେ ମିଲିଙ୍କ ଫୋନକୁ ଏକ ରଙ୍ଗ ନମ୍ବରରୁ କଲ ଆସିଥିଲା । ଏହାପରେ ପ୍ରତିଦିନ ସେହି ନମ୍ବରେ ମିଲି କଥା ହେଉଥିଲେ । ଏମିତିରେ କଥା ହେଉ ହେଉ ଉଭୟଙ୍କ ଭିତରେ ପ୍ରେମ ହୋଇଗଲା । ଏଠାରେ କହିରଖୁ ମିଲିଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୧୭ ବର୍ଷ । ଯୁବକ ହେଲେ ଦଶପଲ୍ଲା ଥାନା ଓସ୍ତିଆ ଗାଁର କୁବେର ନାୟକ । ସତରେ ପ୍ରେମ ବୟସ ମାନେନା । ଉଭୟ କିନ୍ତୁ ଦୁହେଁ ଦୁହିଁଙ୍କୁ ଦେଖି ନଥିଲେ । ତଥାପି ତାଙ୍କ ଭିତରେ ଗଭୀର ପ୍ରେମ ଗଢି ଉଠିଥିଲା । ମିଲି ସେହି ଯୁବକଙ୍କ ସହ ଘରୁ ଫେରାର ହୋଇ ଯାଇଥିଲେ । ଏଠାରେ କହି ରଖୁଛୁ ମିଲିଙ୍କ ୧୨ ବର୍ଷର ଝିଅ ଓ ୭ ବର୍ଷର ପୁଅଟେ ରହିଛି । ଏଠାରେ ପ୍ରଶ୍ନ ଉଠୁଛି ଏମିତି କେମିତି ପ୍ରେମ ହୋଇପାରେ ।

ରତିକାନ୍ତ କିନ୍ତୁ ଏସବୁ କିଛି ଜାଣି ନଥିଲେ । ସେ ମିଲିଙ୍କୁ ବନ୍ଧୁ ବାନ୍ଧବଙ୍କ ଘରେ ଖୋଜିଥିଲେ । ହେଲେ କୋଉଠି ପାଇ ନଥିଲେ । ଶେଷରେ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ । ମିଲିଙ୍କ ନମ୍ବରକୁ ଟ୍ରାକ କରି ଦଶପଲ୍ଲା ଅଞ୍ଚରେ ଥିବା ପୋଲିସ ଜାଣିବାକୁ ପାଇଥିଲା ଓ ରତିକାନ୍ତଙ୍କୁ ଖବର ଦେଇଥିଲା । ଦଶପଲ୍ଲାରେ ପହଁଚି ଖୋଜାଖୋଜି କରିବା ପରେ ଡାକବଙ୍ଗଳା ନିକଟରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ପାଇଥିଲେ । ଦଶପଲ୍ଲା ପୋଲିସ ଖବର ପାଇ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ପରେ ଦଶପଲ୍ଲା ପୋଲିସ ଡେଲାଙ୍ଗ ପୋଲିସକୁ ହସ୍ତାନ୍ତର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.