ଆପଣ ପୂର୍ବରୁ କେବେ ଦେଖିନଥିବେ ଏଭଳି ପାଗଳାମି : ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଆପଣଙ୍କ ଦେଖି ପାଗଳାମି ଛଡା ଆଉ କିଛି କହିବେନି। ଏହି ଭିଡିଓ କୋଷ୍ଟାରିକାର ଡୋମିନିକଲର ରହିଛି। ଯେଉଁଠି ଏକ ସମୁଦ୍ର କୂଳରେ ଜଣେ ବ୍ୟକ୍ତି ଏପରି କିଛି କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା।

ଆପଣ ଗାଁ ମାନଙ୍କରେ କଅଁଳିଆ ବାଛୁରୀ ଛୁଆକୁ ଧରିବା ପାଇଁ ଗାମୁଛା କିମ୍ବା ଟାଓ୍ଵଲର ବ୍ୟବହାର କରିଥିବେ କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ଟାଓ୍ଵଲ ବ୍ୟବହାର କରିବା କେବେ ଶୁଣିନଥିବେ କିମ୍ବା ଦେଖିନଥିବେ। କିନ୍ତୁ ଏହି ଭିଡିଓକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ।

video courtesy : mailonline video

ଏହି ବ୍ୟକ୍ତି ଜଣକ ସମୁଦ୍ର କୂଳରେ ଏକ ୮ ଫୁଟ କୁମ୍ଭୀରକୁ ମାତ୍ର ଏକ ଟାଓ୍ଵଲ ପକାଇ ଧରିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ କୁମ୍ଭୀରର ବେକରେ ଟାଓ୍ଵଲ ପକାଇ ତାକୁ ବାକୁ କରିବାକୁ ଚାହୁଁଛନ୍ତି। ଏହି ଘଟଣା ସମୟରେ ବିଚ୍‌ରେ ମାତ୍ର ୧୦ ଲୋକ ଉପସ୍ଥିତ ରହିଥିଲେ। ଏପରି କ୍ଷାର ପାଣିରେ ଏକ ବଡ କୁମ୍ଭୀର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତିଙ୍କର ଏପରି ସାହସକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଛି।