ଏହି ଯୁବକଙ୍କର ଅଛନ୍ତି ୮ଟି ସ୍ତ୍ରୀ, ସମସ୍ତଙ୍କ ସହ ରୋମାନ୍ସ ପାଇଁ ରଖିଛନ୍ତି ଅଲଗା ଅଲଗା ସମୟ
ବର୍ତ୍ତମାନ ସମୟରେ ଗୋଟିଏ ସ୍ତ୍ରୀ ସହ ରହିବା କେତେ ଯେ କଷ୍ଟକର, ତାହା କେବଳ ଜଣେ ବିବାହିତ ପୁରୁଷ ହିଁ ଜାଣିଛି। କିନ୍ତୁ ଦୁନିଆରେ ଜଣେ ଏମିତି ବି ବ୍ୟକ୍ତି ଅଛନ୍ତି ଯାହାର ଗୋଟିଏ କି ଦୁଇଟି ନୁହେଁ, ଅଛନ୍ତି ୮ଟି ସ୍ତ୍ରୀ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ୮ ଜଣ ପତ୍ନୀ ଏକାଠି ଖୁସିରେ ବି ଅଛନ୍ତି। ସେମାନଙ୍କ ମଧ୍ୟରେ କେବେ ବି ଝଗଡ଼ା ହୁଏ ନାହିଁ ବୋଲି ଏହି ସ୍ୱାମୀ ଜଣକ କହିଛନ୍ତି। ସେ ପାଳି କରି ସମସ୍ତଙ୍କ ସହ ରାତି ବିତାଇଥାନ୍ତି ବୋଲି କହିଛନ୍ତି।
୮ ଜଣ ପତ୍ନୀଙ୍କ ସହ ରହୁଥିବା ଏହି ବ୍ୟକ୍ତି ହେଉଛନ୍ତି ଥାଇଲାଣ୍ଡର ଓଙ୍ଗ୍ ଡ୍ୟାମ୍ ସୋରୋଟ୍(Ong Dam Sorot)। ସୋରୋଟ୍ କହିଛନ୍ତି, ତାଙ୍କୁ ସବୁ ପତ୍ନୀଙ୍କ ସହ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଛି। ସୋରୋଟ୍ ପେସାରେ ଜଣେ ଟାଟୁ ଆଟିଷ୍ଟ। ସେ କହିଛନ୍ତି ଯେ ସବୁ ପତ୍ନୀଙ୍କ ସହ ସେ ଗୋଟିଏ ଘରେ ହିଁ ରୁହନ୍ତି। ଆଉ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଆନ୍ତି। ସବୁ ସ୍ତ୍ରୀ ତାଙ୍କୁ ଦୁନିଆର ସବୁଠୁ ଭଲ ପୁରୁଷ ବୋଲି ଭାବିଥାନ୍ତି ବୋଲି କହିଛନ୍ତି ସୋରୋଟ୍।
View this post on Instagram
ଏକ ଇଣ୍ଟରଭ୍ୟୁରେ ସୋରୋଟ୍ କହିଛନ୍ତି, ସେମାନେ ଗୋଟିଏ ଘରେ ଖୁସିରେ ଜୀବନ କାଟୁଛନ୍ତି। ତାଙ୍କ ସ୍ତ୍ରୀମାନେ ୪ଟି ଅଲଗା ଅଲଗା ରୁମ୍ରେ ଶୋଇଥାନ୍ତି। ସେମାନେ ତାଙ୍କ ସହ ଶୋଇବା ପାଇଁ ନିଜ ପାଳିକୁ ଅପେକ୍ଷା କରିଥାନ୍ତି।
ସେ କହିଛନ୍ତି ଯେ ପ୍ରଥମ ପତ୍ନୀଙ୍କୁ ସେ ଏକ ବିବାହ ପାର୍ଟିରେ ଭେଟିଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କୁ ବଜାରରେ ଭେଟିଥିଲେ। ପ୍ରଥମ ସ୍ତ୍ରୀଙ୍କ ବିଷୟରେ ଜାଣିବା ପରେ ବି ସେ ତାଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ। ସେହିପରି ତୃତୀୟ ସ୍ତ୍ରୀଙ୍କୁ ସେ ହସ୍ପିଟାଲରେ ଭେଟିଥିଲେ। ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ତ୍ରୀଙ୍କୁ ସେ ସୋସିଆଲ ମିଡିଆରେ ଭେଟିଥିଲେ। ଏହା ପରେ ଥରେ ସେ ମା’ଙ୍କ ସହ ଏକ ଧାର୍ମିକ ସ୍ଥଳକୁ ଯାଇଥିବା ବେଳେ ସପ୍ତମ ପତ୍ନୀଙ୍କୁ ଭେଟିଥିଲେ। ତା’ ପରେ ସବୁ ସ୍ତ୍ରୀଙ୍କୁ ନେଇ ଛୁଟି କାଟିବାକୁ ଯାଇଥିବା ବେଳେ ସେ ଅଷ୍ଟମ ପତ୍ନୀଙ୍କୁ ଭେଟିଥିଲେ ବୋଲି କହିଛନ୍ତି।
Video : 8 पत्नियों संग खुशहाल रहता है ये शख्स, सबके साथ सोने के लिए तय किया है समय #ongdamsorot https://t.co/iwGNkrM4OS via @4PillarNews
— 4pillar.news (@4PillarNews) January 30, 2022
ସୋରେଟ୍ଙ୍କ ସଫଳ ବିବାହର ରହସ୍ୟ ତାଙ୍କ କେୟାରିଂ ନେଚର ବୋଲି ସେ କହିଛନ୍ତି। ସେ ସବୁ ସ୍ତ୍ରୀଙ୍କୁ ସମାନ ଭାବେ ଦେଖିଥାନ୍ତି ଓ ଭଲ ପାଇଥାନ୍ତି। ଏଣୁ କେବେ ବି କେହି ଅଭିଯୋଗ କରନ୍ତି ନାହିଁ ବୋଲି କହିଛନ୍ତି ସୋରେଟ୍।