ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ଦଙ୍ଗା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ଭୟଙ୍କର କାଣ୍ଡ । ମ୍ୟାଚ ବେଳେ ଚାଲିଯାଇଛି ୧୨୭ ଜଣଙ୍କର ଜୀବନ। ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଘଟଣାସ୍ଥଳରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ ପ୍ରାଣ ହରାଛନ୍ତି ।

ଗତକାଲି ଆମେରା ଏଫସି ଏବଂ ପରସେବ୍ୟା ମଧ୍ୟରେ ମ୍ୟାଚ ଚାଲିଥିଲା । ଗୋଟିଏ ଦଳ ମ୍ୟାଚ ହାରିବା ପରେ ଦଳର ସମର୍ଥକମାନେ ପଡିଆକୁ ପସିଥିଲେ । ଯାହାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ ।

ଏହି ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଲାଗିଥିଲା । ତେବେ ମ୍ୟାଚର ଫଳାଫଳ ଆସିବା ପରେ ଦର୍ଶକମାନେ ଉତ୍ପାତ ମଚାଇଥିଲେ । ଦଳାଚକଟାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ଲାଠିଚାଳନା କରିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.