ତିନି ଦିନରେ ଦୁଇଥର ‘ହ୍ୟାଟ୍ରିକ୍‌’, ଦୀପକ ଚହର ପୁଣି ଚର୍ଚ୍ଚାରେ

ଭାରତୀୟ କ୍ରିକେଟ୍‌ ଦଳର ପେସ୍‌ ବୋଲର ଦୀପକ ଚହରଙ୍କର ଏବେ ବୋଧହୁଏ ସପ୍ତମରେ ବୃହସ୍ପତି । ଗତ ତିନି ଦିନ ଭିତରେ ଚହର ଦୁଇ ଦୁଇଥର ‘ହ୍ୟାଟ୍ରିକ୍‌’ କରିଛନ୍ତି । ବାଂଲାଦେଶ ସହ ଗତ ରବିବାର ଦିନ ଖେଳା ଯାଇଥିବା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ‘ହ୍ୟାଟ୍ରିକ୍‌’ ସମେତ ମାତ୍ର ୭ ରନ୍‌ ଦେଇ ସେ ୬ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଆଉ ଆଜି ପୁଣି ସେହି ସଫଳତାକୁ ଦୋହରାଇଛନ୍ତି । ତିରବନନ୍ତପୁରମରେ ଆଜି ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଚହର ରାଜସ୍ଥାନ ପକ୍ଷରୁ ବିଦର୍ଭ ବିପକ୍ଷରେ ଖେଳିଥିଲେ । ସେ ୩ ଓଭରରେ ୧୮ ରନ୍‌ ଦେଇ ୪ ଓ୍ଵିକେଟ୍‌ ଦଖଲ କରିଛନ୍ତି । ସେ ସବୁଯାକ ଓ୍ଵିକେଟ୍‌ ଗୋଟିଏ ଓଭରରେ ନେଇଥିଲେ ଏବଂ ଏହା ଭିତରେ ଲଗାତର ତିନିଟି ବଲ୍‌ରେ ୩ଟି ଓ୍ଵିକେଟ୍‌ ନେଇ ‘ହ୍ୟାଟ୍ରିକ୍‌’ ଅର୍ଜନ କରିଥିଲେ । ଅବଶ୍ୟ ଏହି ସଫଳତା ସତ୍ତ୍ୱେ ତାଙ୍କ ଦଳ ମାତ୍ର ୧ ରନ୍‌ରେ ହାରି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.