Below header

କ୍ରିକେଟ୍ ଗ୍ରାଉଣ୍ଡରେ ଇମୋସନାଲ୍ ସିନ୍, ବିଜୟ ପରେ ଏହି ଖାସ୍ ଫ୍ୟାନଙ୍କଠୁ ଆଶୀର୍ବାଦ ନେଲେ କ୍ୟାପଟେନ୍ କୋହଲି ଏବଂ ରୋହିତ୍

ବାଂଲାଦେଶକୁ ୨୮ ରନ୍‌ରେ ହରାଇ ଆଇସିସି ବିଶ୍ୱକପ୍‌ ୨୦୧୯ର ସେମିଫାଇନାଲ୍‌ରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ଦଳ ଭାବେ ନକ୍‌ଆଉଟ୍‌ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୯ ଓ୍ଵିକେଟ୍‌ରେ ୩୧୪ ରନ୍‌ କରିଥିଲା ଟିମ୍ ଇଣ୍ଡିଆ । ୩୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟରେ ବ୍ୟାଟିଂ କରିଥିବା ବାଂଲା ଦଳ ପ୍ରଥମରୁ ଦ୍ରୁତ ରନ୍‌ ସଂଗ୍ରହ କରି ବିରାଟ ବାହିନୀକୁ ଚମକାଇ ଦେଇଥିଲା । ହେଲେ ଶେଷରେ ୪୮ ଓଭରରେ ୨୮୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ସପ୍ତମ ଥର ପାଇଁ ବିଶ୍ବ କପ୍ ସେମିଫାଇନାଲରେ ନିଜର ସ୍ଥାନ ପକା କରିଛି ଭାରତ । ଏହା ପୂର୍ବରୁ ୧୯୮୩, ୧୯୮୭, ୧୯୯୬, ୨୦୦୩, ୨୦୧୧ ଏବଂ ୨୦୧୫ରେ ସେମିଫାଇନାଲକୁ ଯାଇଥିଲା ଭାରତ ।

ତେବେ ଏହି ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୮୭ ବର୍ଷୀୟା ମହିଳା ପ୍ରଶଂସକ । ନିଜ ଦେଶର ଖେଳାଳିଙ୍କୁ ସପୋର୍ଟ କରିବା ପାଇଁ ହ୍ବିଲ ଚେୟାରରେ ବସି ଯେତେବେଳେ ଷ୍ଟାଡିୟମ୍ ପହଂଚିଥିଲେ ସେତେବେଳେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ଏହି ମହିଳା ପ୍ରଶଂସକଙ୍କ ନାଁ ହେଉଛି ଚାରୁଲତା ପଟେଲ୍ । ବୟସର ଅପରାହ୍ନରେ ବି କ୍ରିକେଟ୍ ପ୍ରତି ଥିବା ତାଙ୍କ ପ୍ରେମକୁ ପ୍ରଣାମ କରୁଛି ସାରା ଦେଶ ।

 

ଏହା ସହ ପଢନ୍ତୁ ୨୦୦୪ରେ କରିଥିଲେ ଦିନିକିଆ ଡେବ୍ୟୁ, ଏବେ ୧୫ ବର୍ଷ ପରେ ବିଶ୍ବକପ୍ ଖେଳିବାକୁ ସୁଯୋଗ ପାଇଲେ ଏହି ଭାରତୀୟ ଖେଳାଳି

ତେବେ ବାଂଲାଦେଶ ବିପକ୍ଷରେ ବିଜୟ ପରେ ନିଜର ଏହି ଖାସ୍ ଫ୍ୟାନଙ୍କୁ ଭେଟିଥିଲେ ରୋହିତ୍ ଶର୍ମା ଏବଂ ବିରାଟ କୋହଲି । ଏହି ମୁହୂର୍ତ ସମସ୍ତଙ୍କ ମନକୁ ଜିତି ନେଇଥିଲା । ଯାହାର ଫଟୋକୁ ଟୁଇଟ୍ କରି କ୍ରିକେଟ୍ ୱର୍ଲ୍ଡ କପ୍ ଲେଖିଛି , ଜଣେ ଖାସ୍ ଫ୍ୟାନଙ୍କ ସହ ବିଜୟ ମନାଉଥିବା ମ୍ୟାନ୍ ଅଫ ଦି ମ୍ୟାଚ୍ ରୋହିତ ଶର୍ମା । ବିଜୟ ପରେ ଚାରୁଲତାଙ୍କ ଆଶୀର୍ବାଦ ନେଇଥିଲେ କ୍ୟାପଟେନ୍ କୋହଲି  ଏବଂ ଶତକ ହାସଲକାରୀ ତଥା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିବା ରୋହିତ ଶର୍ମା ।

ମ୍ୟାଚ୍ ସମୟରେ ଟିମ୍ ଇଣ୍ଡିଆକୁ ଖୁବ୍ ସମର୍ଥନ କରିବା ସହ ହ୍ବିଲ୍ ଚେୟାରରେ ବସି ତ୍ରିରଙ୍ଗା ଉଡାଉଥିବାର ନଜର ଆସିଥିଲେ ଚାରୁଲତା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହା ସହ ତାଙ୍କର ଫଟୋକୁ ମ୍ୟାଚର ସବୁଠାରୁ ଖାସ୍ ଫଟୋ ବୋଲି କହିବାକୁ ପଛାଇନାହାଁନ୍ତି ୟୁଜର୍ ।

INDIAN FAN
ବାଂଲାଦେଶ ମ୍ୟାଚ୍‌ରେ ଭାରତର ଜଣେ ବୟୋଜ୍ୟେଷ୍ଠ ମହିଳା ଫ୍ୟାନ୍‌
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.