Below header

କ୍ରିକେଟକୁ ଅଲ୍‌ବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ, ଛାଡ଼ିଲେ ସବୁ ଫର୍ମାଟ୍‌

କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ। ସେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏବି ପୂର୍ବରୁ ହିଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ। କିନ୍ତୁ ଏବେ ସେ ଆଇପିଏଲ୍‌ ଭଳି ଲିଗ୍‌ରେ ମଧ୍ୟ ଆଉ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପ୍ରକାଶ ଯେ ଡିଭିଲିୟର୍ସ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିଲେ।

କ୍ରିକେଟ୍‌ ଛାଡ଼ିବା ନେଇ ଏବି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଏହା ଏକ ଅବିଶ୍ୱସନୀୟ ଯାତ୍ରା। କିନ୍ତୁ ଏବେ ମୁଁ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି। ମୁଁ ମୋ ବାରିପଟେ ବଡ଼ ଭାଇଙ୍କ ସହ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲି। ସେବେ ଠାରୁ ମୁଁ ପୂରା ଆନନ୍ଦରେ ଏହି ଖେଳ ଖେଳିଛି। ଏବେ ୩୭ ବର୍ଷ ବୟସରେ ସେହି ନିଆଁ ଆଉ ଏତେ ଉଜ୍ଜ୍ୱଳ ଜଳୁ ନାହିଁ।

ଡିଭିଲିୟର୍ସ ଲେଖିଛନ୍ତି, କ୍ରିକେଟ୍‌ ଅସାଧାରଣ ଭାବେ ମୋ ପ୍ରତି ଦୟାଳୁ ରହିଛି। ଏହା ସବୁ ଗେମ୍‌ରେ ମୋତେ ଅକଳ୍ପନୀୟ ଅନୁଭବ ଓ ଅବସର ଦେଇଛି। ଏଣୁ ମୁଁ ସବୁବେଳେ କ୍ରିକେଟ୍‌ ପ୍ରତି କୃତଜ୍ଞ ରହିବି। ମୋ ଟିମ୍‌ମେଟ୍‌, ପ୍ରତିନ୍ଦ୍ୱଦ୍ୱୀ, କୋଚ୍‌, ଫିଜିଓ ଓ ପ୍ରତ୍ୟେକ ସପୋର୍ଟରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଗୋଟିଲ ପଥରେ ଯାତ୍ରା କରିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ।


୩୭ ବର୍ଷୀୟ ଏବି ଡିଭିଲିୟର୍ସ ଆଇପିଏଲ୍‌ର ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ଜଣେ। ସେ ୧୮୪ଟି ଆଇପିଏଲ୍‌ ମ୍ୟାଚ୍‌ରେ ୩୯.୭୦ ଆଭରେଜ୍‌ରେ ୫୧୬୨ ରନ୍‌ କରିଛନ୍ତି। ସେଥି ମଧ୍ୟରୁ ୩ଟି ଶତକ ଓ ୪୦ଟି ଅର୍ଦ୍ଧଶତକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.