ଲୁଚାଛପାରେ ଚାଲିଥିଲା ଅବୈଧ ସମ୍ପର୍କ, ମତାନ୍ତର ହେବାରୁ ବିବାହିତା ମହିଳାଙ୍କୁ ରଡ୍‌ରେ ପିଟି ହତ୍ୟା କଲା ନାବାଳକ; ଜାଳି ଦେଲା ଯୌନାଙ୍ଗ

ରାଜଧାନୀ ଦିଲ୍ଲୀର ଡାବଡି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୧୭ ବର୍ଷୀୟ ଜଣେ ନାବାଳକ ନିଜର ସବୁ ସୀମା ପାର୍‌ କରି ଦେଇଛନ୍ତି। ଖବର ମୁତାବକ, ନାବାଳକ ଜଣକ ଜଣେ ମହିଳାଙ୍କୁ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ନିଅାଁରେ ଜାଳି ଦେଇଛନ୍ତି, ଯେପରି ପୋଲିସ କୌଣସି ବି ପ୍ରମାଣ ପାଇ ପାରିବ ନାହିଁ। ଏବେ ଦିଲ୍ଲୀ ପୋଲିସ ମହିଳାଙ୍କୁ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କୁ କାବୁ କରି ନେଇଛି। ନାବାଳକ ମହିଳାଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କରିଥିବା ପୋଲିସ କହିଛି। ଏହାପରେ ସେ ମୃତଦେହକୁ ଏକ କାର୍‌ରେ ଲଦି ଡାବଡି ଅଞ୍ଚଳରେ ଆଣି ଫିଙ୍ଗି ଦେଇଥିଲେ ଏବଂ ସେଠାରୁ ଫେରାର ହୋଇ ଯାଇଥିଲେ।

ଏମିତି ଧରା ପଡ଼ିଥିଲେ ଅଭିଯୁକ୍ତ ନାବାଳକ

ପୋଲିସ ମୁତାବକ, ଦିଲ୍ଲୀର ଡାବଡି ଅଞ୍ଚଳରେ ୧୫ ନଭେମ୍ବରରେ ଜଣେ ମହିଳାଙ୍କ ମୃତଦେହକୁ ଜବତ କରା ଯାଇଥିଲା। କିନ୍ତୁ ତାଙ୍କ ପରିଚୟ ଜଣାପଡ଼ି ନ ଥିଲା। ପୋଲିସ ଏହି ଘଟଣାରେ ନିଜ ଆଡ଼ୁ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କାରଣ, ମହିଳାଙ୍କ ପରିବାର ପକ୍ଷରୁ ଥାନାକୁ ଏ ନେଇ କୌଣସି ବି ଅଭିଯୋଗ ଆସି ନ ଥିଲା। ପୋଲିସ ତଦନ୍ତ କରି ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଥିଲା। ସେଥି ମଧ୍ୟରୁ ଏକ ଫୁଟେଜରେ ନାବାଳକ ନଜର ଆସିଥିଲେ, ଯିଏକି ଏକ ମୃତଦେହକୁ ଭ୍ୟାନରେ ଲଦି ପରେ ତାହାକୁ ଫିଙ୍ଗି ଦେଉଥିବାର ଦେଖା ଯାଇଥିଲା। ପୋଲିସ ଯାଞ୍ଚ କରି ମହିଳାଙ୍କ ପରିଚୟ ପାଇଥିଲା ଏବଂ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ନାବାଳକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ତାଙ୍କ ମୋବାଇଲ ଫୋନର ଲୋକେଶନ ସେହି ଅଞ୍ଚଳରୁ ମିଳିଥିଲା।

ବିବାହିତା ମହିଳାଙ୍କ ସହ ଥିଲା ନାବାଳକଙ୍କ ଅବୈଧ ସମ୍ପର୍କ

ପଚରାଉଚରା ବେଳେ ନାବାଳକ କହିଥିଲେ କି, ମୃତା ମହିଳା ବିବାହିତା ଥିଲେ। ତାଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ଥିଲା। କିନ୍ତୁ କିଛି ଦିନ ହେବ ଦୁଇ ଜଣଙ୍କ ଭିତରେ ମତାନ୍ତର ଚାଲିଥିଲା। ନାବାଳକ ଜଣକ ୧୫ ନଭେମ୍ବରରେ ମହିଳାଙ୍କୁ ନିଜ ଘରକୁ ଡକାଇ ଥିଲେ। ଏଠାରେ ପୁଣି ଥରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା, ଯାହା ପରେ ନାବାଳକ ଏକ ଲୁହା ରଡ୍‌ରେ ମହିଳାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ପକାଇ ଥିଲେ। ବାରମ୍ବାର ମୁଣ୍ଡକୁ ଆଘାତ କରି ଶେଷରେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଜାଳି ଦେଇଥିଲେ। ପୋଲିସ ଏହି ମାମଲାରେ ନାବାଳକଙ୍କୁ ଧରିବା ସହ ହତ୍ୟାରେ ବ୍ୟବହୃତ ଲୁହା ରଡ୍‌ ଏବଂ ଭ୍ୟାନ୍‌କୁ ଜବତ କରି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.