ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଶ୍ରଦ୍ଧା, ଏହି ଫିଲ୍ମରେ ଏକାଠି ଆସିବେ ନଜର

‘ପ୍ୟାର କା ପଞ୍ଚନାମା’ ଓ ‘ସୋନୁ କି ଟିଟୁ କି ସ୍ୱିଟି’ ଭଳି ସୁପରହିଟ୍‌ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ଲଭ ରଞ୍ଜନ ନିଜ ଆଗାମୀ ଫିଲ୍ମରେ ରଣବୀର ଓ ଶ୍ରଦ୍ଧାଙ୍କ ସହ କାମ କରୁଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବେ ରଣବୀର କପୁର ଓ ଶ୍ରଦ୍ଧା କପୁର। ଏହି ଫିଲ୍ମ ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀ, ୨୦୨୩ରେ ରିଲିଜ୍‌ ହେବ।

 

View this post on Instagram

 

A post shared by FILMY FREAKK (@filmy_freakk_)

ଫିଲ୍ମ ବିଷୟରେ ସୂଚନା ଦେବା ଅବସରରେ ନିର୍ମାତା କହିଛନ୍ତି, ରଣବୀର ଓ ଶ୍ରଦ୍ଧାଙ୍କ ଅଭିନୀତ ଏହି ଫିଲ୍ମ ୨୦୨୩ ହୋଲି ଅବସରରେ ପରଦାକୁ ଆସିବ। ଏହି ଫିଲ୍ମରେ ରଣବୀର ଓ ଶ୍ରଦ୍ଧାଙ୍କୁ ଦର୍ଶକେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରୁଥିବାର ଦେଖିବେ। ଏହି ଫିଲ୍ମ ଏକ ରୋମାଣ୍ଟିକ୍‌ କମେଡି ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମରେ ଦର୍ଶକଙ୍କୁ ରଣବୀର ଶ୍ରଦ୍ଧାଙ୍କର ସହ ଉଭୟ ରୋମାନ୍ସ ଓ କମେଡି କରୁଥିବା ଦେଖିବାକୁ ମିଳିବ।

 

View this post on Instagram

 

A post shared by filmy activity (@filmy_activity_)

ଏହି ଫିଲ୍ମ ବିଷୟରେ ଶ୍ରଦ୍ଧା କପୁର ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଶ୍ରଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫିଲ୍ମ ବିଷୟରେ ସେୟାର କରି ଲେଖିଛନ୍ତି, ଆପଣ ଏହି ତାରିଖ ମନେ ରଖନ୍ତୁ।

 

View this post on Instagram

 

A post shared by Shraddha ✶ (@shraddhakapoor)


ସୂଚନାଯୋଗ୍ୟ ଫିଲ୍ମର ବାକି ସବୁ କଳାକାର ମଧ୍ୟ ଏବେ ଯାଏଁ ଏହି ଫିଲ୍ମ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ଫିଲ୍ମ ନିର୍ମାତା ଏବେ ଫିଲ୍ମର କାହାଣୀ ଗୁପ୍ତ ରଖିଛନ୍ତି। ଅନ୍ୟପଟେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କୁ ଗୋଟିଏ ସ୍କ୍ରିନ୍‌ରେ ଦେଖିବା ପାଇଁ ଦର୍ଶକମାନେ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.