Below header

IPL ପ୍ଲେ ଅଫ୍‌ରେ ଗୁଜରାଟ ପରେ ଚେନ୍ନାଇ ଓ ଲକ୍ଷ୍ନୌର ପ୍ରବେଶ, ଗତକାଲି ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ସ୍ଥାନ ପକ୍କା କରିଥିଲା ଚେନ୍ନାଇ

ଗତକାଲି ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ଦ୍ୱିତୀୟ ଟିମ୍‌ ଭାବରେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଥିଲା ଚେନ୍ନାଇ । ସେହିପରି କୋଲକାତା ନାଇଟ୍‌ ରାଇଡର୍ସକୁ ରୋମାଞ୍ଚକର ମୁକାବିଲାରେ ମାତ୍ର ଗୋଟିଏ ରନ୍‌ରେ ହରାଇ ପ୍ଲେ ଅପ୍‌କୁ ଯାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ୩ ଓ୍ଵିକେଟ ହରାଇ କରିଥିଲା ୨୨୩ ରନ୍‌ ।

କେନ୍ୟୁଜ୍(ବ୍ୟୁରୋ): ଆଇପିଏଲ୍‌ ପ୍ଲେ ଅଫ୍‌ରେ ତିନିଟି ଟିମ୍‌ । ଗୁଜରାଟ ପରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ପ୍ରବେଶ କରିଛନ୍ତି । ଗତକାଲି ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇ ଦ୍ୱିତୀୟ ଟିମ୍‌ ଭାବରେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଥିଲା ଚେନ୍ନାଇ । ସେହିପରି କୋଲକାତା ନାଇଟ୍‌ ରାଇଡର୍ସକୁ ରୋମାଞ୍ଚକର ମୁକାବିଲାରେ ମାତ୍ର ଗୋଟିଏ ରନ୍‌ରେ ହରାଇ ପ୍ଲେ ଅପ୍‌କୁ ଯାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ୩ ଓ୍ଵିକେଟ ହରାଇ କରିଥିଲା ୨୨୩ ରନ୍‌ । ବିସ୍ଫୋରକ ଇନିଂସ ଖେଳିଥିଲେ ଋତୁରାଜ ଗାଏକ୍ୱାଡ ଓ ଡେଭନ୍‌ କନେଓ୍ଵ । ଦୁହେଁ ୮୭ ବଲରୁ ୧୪୧ ରନ୍‌ ପିଟିଥିଲେ ।

ଗାଏକ୍ୱାଡ୍‌ ୫୦ ବଲରେ ୭୯ ଓ କନେଓ୍ଵ ୫୨ ବଲରେ କରିଥିଲେ ୮୭ ରନ୍‌ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟରେ ମାତ୍ର ୧୪୬ ରନ୍‌ କରି ପାରିଥିଲା । ଚେନ୍ନାଇ ୧୪ଟି ମ୍ୟାଚ୍‌ରେ ୧୭ ପଏଣ୍ଟ ପାଇଛି । ପରାଜୟ ସହ ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ ହୋଇଛି । ଅନ୍ୟପଟେ କୋଲକାତାକୁ ୧ ରନ୍‌ରେ ପରାସ୍ତ କରି ପ୍ଲେ ଅପ୍‌ ଟିକେଟ୍‌ ହାତେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ କରିଥିଲା ୧୭୬ ରନ୍‌ । ଜବାବରେ କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୧୭୫ ରନ୍‌ କରି ପାରିଥିଲା । ଏବେ ଚତୁର୍ଥ ପ୍ଲେ ଅଫ୍‌ ଦୌଡ଼ରେ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.