ବିରାଟଙ୍କ ପରେ ଏବେ କଣ ଗାଙ୍ଗୁଲିଙ୍କ ପାଳି, ବସିସିଆଇ କରିବ କି ବିଦା ?

ବିବାଦୀୟ ସ୍ଥିତିରେ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବା କଥା ସମସ୍ତେ ଜାଣି ସାରିଛନ୍ତି । ଯଦିଓ କିଛି ଲୋକ ତାଙ୍କ ନେତୃତ୍ୱକୁ ପସନ୍ଦ କରୁନଥିଲେ ତଥାପି ତାଙ୍କ ଭଳି ଜଣେ ଦକ୍ଷ ବ୍ୟାଟର ଏବଂ ଅଭିଜ୍ଞ ଖେଳାଳିଙ୍କୁ ଅଧିନାୟକ ଭାବେ ରଖିବାକୁ କେହି କେବେ ବିରୋଧ କରି ନାହାନ୍ତି । ଗତ ବିଶ୍ୱ କପ୍‌ରେ ଦଳର ଖରାପ ପ୍ରଦର୍ଶନ ଏବଂ କୋହଲିଙ୍କୁ ଦିନିକିଆ ଓ ପରେ ଟି-୨୦ ଅଧିନାୟକ ପଦରୁ ବିଦା କରାଯିବା ଘଟଣା ବେଶ୍‌ ଆଲୋଚନାର ବିଷୟ ହୋଇଥିଲା । ଏହାପରେ କୋହଲି ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଆସିଛନ୍ତି । ସେ କିମ୍ବା ବିସିସିଆଇ ଯେତେ ଲୋକ ଦେଖାଣିଆ ସଫେଇ ଦେଲେ ମଧ୍ୟ ଏହାର ମୂଳ କାରଣ ହେଉଛି ସେହି ବିବାଦ ବୋଲି ସମସ୍ତଙ୍କୁ ଜଣା । ଦଳର ଅନେକ ଖେଳାଳି ମଧ୍ୟ କୋହଲିଙ୍କ ସମର୍ଥନରେ ଥିଲେ । ଏ ବିଷୟ ସେମାନଙ୍କ ଭାବବିହ୍ଵଳ ଟୁଇଟ୍‌ରୁ ସ୍ପଷ୍ଟ ହେଉଛି । ପୁଣି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ମତାନ୍ତର ଯୋଗୁଁ କୋହଲି ଏପରି ଅବସ୍ଥା ଭୋଗିଥିବା କଥା ସମସ୍ତେ ଅନୁମାନ କରି ସାରିଛନ୍ତି । ତେଣୁ କୋହଲିଙ୍କ କ୍ଷେତ୍ରରେ ବିସିସିଆଇ ଅପେକ୍ଷା ସୌରଭ ଗାଙ୍ଗୁଲି ହିଁ ଖଳନାୟକ ବୋଲି ଧରାଯାଉଛନ୍ତି । କାରଣ ସେ ଏଭଳି ସ୍ଥିତି ସୃଷ୍ଟି କଲେ ଯେ ବାଧ୍ୟ ହୋଇ କୋହଲି ଅଧିନାୟକ ପଦରୁ ଅବ୍ୟାହତି ନେଇଗଲେ । ତେବେ ଟେଷ୍ଟ ଟିମ୍‌ ଅଧିନାୟକ ପଦରୁ କୋହଲିଙ୍କ ଇସ୍ତଫା ପରେ ଗାଙ୍ଗୁଲି କହିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଅବଶ୍ୟ କୋହଲିଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ । ଯାହାକୁ କ୍ରିକେଟ୍‌ପ୍ରେମୀ ଆଦୌ ପସନ୍ଦ କରିନଥିଲେ। କାରଣ ଟି-୨୦ ଦଳର ଅଧିନାୟକ ପଦରୁ ବିରାଟଙ୍କୁ କାଢ଼ିବା ପୂର୍ବରୁ ତାଙ୍କୁ ବିଧିବଦ୍ଧ ଭାବେ ଏ ନେଇ ସୂଚନା ଦିଆଯାଇ ନଥିଲା । ଯାହା ତାଙ୍କୁ ଖୁବ୍‌ ବାଧିଥିଲା ।

ଏବେ ଯାହା ସୂଚନା ମିଳିଛି ବିସିସିଆଇ ସମ୍ପାଦକ ଜୟ ଶାହ କୋହଲିଙ୍କ ଘଟଣାରେ ଅସନ୍ତୁଷ୍ଟ ଅଛନ୍ତି । ଯଦିଓ ସେ ଗାଙ୍ଗୁଲିଙ୍କୁ ଭାରି ପସନ୍ଦ କରୁଥିଲେ କିନ୍ତୁ ଏବେ ତାଙ୍କର ଏସବୁ କାଣ୍ଡକାରଖାନା ପାଇଁ ତାଙ୍କୁ ବିଦା କରିବାକୁ ଭାବି ନେଲେଣି । ଅନ୍ୟପକ୍ଷରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ ଉପରକୁ ମଧ୍ୟ ଆଙ୍ଗୁଳି ଉଠିଛି । ସେମାନ ଦୁଇଜଣ ଯାକ ବସିସିଆଇରୁ ବିଦା ହେବା ଦରକାର ବୋଲି ଲୋକେ କହୁଛନ୍ତି । ଅବଶ୍ୟ ବସିସିସିଆଇର ସର୍ବୋଚ୍ଚ ପଦବିରେ ଥିବା ଏ ଦୁଇଜଣଙ୍କର କାର୍ଯ୍ୟକାଳକୁ ବଢ଼ା ଯାଇଥିଲା ଏବଂ ସେମାନେ ଚଳିତ ବର୍ଷ ଶେଷ ଭାଗକୁ ବିସିସିଆଇରୁବିଦାୟ ନେବେ । ହେଲେ ତା ପୂର୍ବରୁ ସେମାନଙ୍କ କାର୍ଯ୍ୟଧାରା ଭାରତୀୟ କ୍ରିକେଟ୍‌କୁ ବଡ଼ କ୍ଷତି ପହଞ୍ଚାଇଛନ୍ତି ବୋଲି ଆଲୋଚନା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.