ଆଇପିଏଲରୁ ଅବସର ଟ୍ଵିଟ୍‌ ପରେ ପ୍ରତ୍ୟାହାର, ଫ୍ୟାନକୁ ଚକିତ କରିଦେଇଛନ୍ତି ଅମ୍ବତି ରାୟୁଡୁ

କେନ୍ୟୁଜ୍(ବ୍ୟୁରୋ):  ଚେନ୍ନାଇ ସୁପର କିଙ୍ଗସ ବ୍ୟାଟର ଅମ୍ବତି ରାୟୁଡୁଙ୍କ ଗୁଗଲି । ଆଇପିଏଲରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ରାୟୁଡୁ ।ଚଳିତ ସିଜିନ ପରେ ସେ ଆଇପିଏଲରୁ ଅବସର ନେଇଯିବେ ବୋଲି ରାୟୁଡୁ ଟ୍ଵିଟ୍‌ କରିଥିଲେ । ସୋସିଆଲ ମିଡ଼ିଆରେ ଏହା ପ୍ରସାରିତ ହେବାପରେ ସେହି ଟ୍ଵିଟକୁ ଡିଲିଟ କରିଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ।

ambati

ସତରେ ସେ ଆଇପିଏଲରୁ ଅବସର ନେଲେ ବୋଲି ସମସ୍ତେ ଭାବିନେଇଥିଲେ । ପରେ CSK ସିଇଓ କାଶୀ ବିଶ୍ୱନାଥ କହିଥିଲେ, ସେ ଅବସର ନେବେ ନାହିଁ । ୨୦୨୩ ଆଇପିଏଲ ମଧ୍ୟ ଖେଳିବେ ବୋଲି ସେ କହିଛନ୍ତି । ୩୬ ବର୍ଷୀୟ ରାୟୁଡୁ ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଆରମ୍ଭ କରିଥିଲେ । ୨୦୧୮ରେ ଚେନ୍ନାଇ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଚଳିତବର୍ଷ ୬ କୋଟି ୭୫ ଲକ୍ଷ ଟଙ୍କାରେ ଦଳରେ ସାମିଲ ହୋଇଥଲେ । ଚଳିତ ଆଇପିଏଲରେ ୧୨ଟି ମ୍ୟାଚରୁ ୨୭୧ ରନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.