ଏବେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଇଂଲଣ୍ଡରେ ଛୁଟି ବିତାଉଛନ୍ତି। ଏଠାରେ ୫ ମ୍ଯାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏଠାରେ ବାମିକାଙ୍କ ଜନ୍ମଦିନକୁ ଅନୁଷ୍କା ଏବଂ ବିରାଟ ଅତି ସାଧାରଣ ଭାବେ ପାଳନ କରିଛନ୍ତି। ସେମାନେ ପାର୍କରେ ଝିଅ ସହିତ ଛୋଟ ପିକନିକ୍ କରିଥିଲେ। ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।
ଫଟୋରେ ଅନୁଷ୍କା ଏବଂ ବିରାଟ ଦୁହେଁ ତାଙ୍କ ଝିଅକୁ କୋଳରେ ଧରିଥିବାର ନଜର ଆସିଛି। ଅନୁଷ୍କା ଗୋଲାପି ରଙ୍ଗର ସାର୍ଟ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧି ବାମିକାଙ୍କୁ କୋଳରେ ଧରିଛନ୍ତି। ଆଉ ଏକ ଫଟୋରେ ବାମିକା ବିରାଟଙ୍କ କୋଳରେ ଥିବାର ନଜର ଆସିଛି। ଏହି ସେଲିବ୍ରେସନକୁ ସେମାନେ କେଟ୍ କଟିଂ ସହିତ ପୂରା କରିଛନ୍ତି।

ଅନୁଷ୍କା ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ‘ତାର ଟିକେ ହସ ଆମର ପୁରା ଦୁନିଆ ବଦଳାଇପାରେ । ଯେତିକି ପ୍ୟାରଭରା ଅନ୍ଦାଜରେ ତୁ ଆମକୁ ଦେଖୁ ନହ୍ନି ପରୀ ‘ । ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସମାନେ ପସନ୍ଦ କରିବା ସହିତ କମେଣ୍ଟ ଦେଉଛନ୍ତି ।