ଭାରତ-ପାକିସ୍ତାନ ଏସିଆ କପ୍‌ : ବର୍ଷା ସାଜିଛି ବାଧକ, ହୋଇପାରେ ୨୦-୨୦ ମ୍ୟାଚ୍‌ !

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଛନ୍ତି । ଗତକାଲି ବର୍ଷା ହେବାରୁ ଆଜି ରିଜର୍ଭ ଡେରେ ମ୍ୟାଚ୍‌ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗଁ ମ୍ୟାଚ୍‌ ହୋଇପାରୁନାହିଁ । ବର୍ଷା ନ ଛାଡିଲେ ହୁଏତ ୨୦-୨୦ ମ୍ୟାଚ ହୋଇପାରେ ।

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହୋଇପାରୁନାହିଁ । ମ୍ୟାଚକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଛନ୍ତି । ଗତକାଲି ବର୍ଷା ହେବାରୁ ଆଜି ରିଜର୍ଭ ଡେରେ ମ୍ୟାଚ୍‌ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗଁ ମ୍ୟାଚ୍‌ ହୋଇପାରୁନାହିଁ । ବର୍ଷା ନ ଛାଡିଲେ ହୁଏତ ୨୦-୨୦ ମ୍ୟାଚ ହୋଇପାରେ ।

ତେବେ ଭାରତୀୟ ଟିମ୍‌ ୨୪.୧ ଓଭର ବ୍ୟାଟିଂ କରି ୧୪୭/୨ ରନ୍‌ କରିସାରିଛି । ଯଦି ଓଭର କମ୍‌ କରାଯାଏ ତେବେ ଭାରତୀୟ ଟିମ ପାଇଁ ମୁସ୍କିଲ ବଢିପାରେ । ପାକିସ୍ତାନ ବ୍ୟାଟିଂ ଆରମ୍ଭ କରି କିନ୍ତୁ ଟାର୍ଗେଟରେ କିଛି ଅନ୍ତର ରହିପାରେ । ଯଦି ଓଭର କମ୍‌ କରାଯାଏ, ତେବେ ପାକିସ୍ତାନକୁ କେତେ ଟାର୍ଗେଟ ମିଳିବ ତାହାକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ।

ବରିଷ୍ଠ ଖେଳାଳି ମୋହନଦାସ ମେନନଙ୍କ ସୂଚନା ଅନୁସାରେ, ଯଦି ଭାରତ ୨୦ ଓଭରରୁ ୨୪ ଓଭର ପର୍ଯ୍ୟନ୍ତ ବୋଲିଂ କରେ, ତେବେ ପାକିସ୍ତାନକୁ କେତେ ଟାର୍ଗେଟ ମିଳିବ । ଏହି ମ୍ୟାଚ୍‌ ୨୦-୨୦ ହୋଇପାରେ । ଆଉ ପାକିସ୍ତାନକୁ ଜିତିବା ପାଇଁ ୧୮୧ ରନ୍‌ କରିବାକୁ ପଡିପାରେ ।

ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ଥିଲା । ଯଦି ମ୍ୟାଚ ରଦ୍ଦ ହୁଏ, ତେବେ ଭାରତକୁ ୧ ପଏଣ୍ଟ ମିଳିବ । ଏହାପରେ ଭାରତକୁ ବାଂଲାଦେଶ, ଶ୍ରୀଲଙ୍କା ବିପକ୍ଷରେ ଭଲ ଖେଳିବାକୁ ହେବ । ଯଦି ଟିମ୍‌ ଦୁଇଟି ଯାକ ମ୍ୟାଚ ଜିତିଯାଏ, ତେବେ ଫାଇନାଲରେ ପହଞ୍‌ଚିବ । କିନ୍ତୁ କୌଣସି ମ୍ୟାଚ ହାରିଲେ କି ବର୍ଷା ହେଲେ ମ୍ୟାଚ ରଦ୍ଦ ହୋଇପାରେ । ଫଳରେ ଟିମ୍‌ ଫାଇନାଲକୁ ଯିବ ନା ନାହିଁ, ତାହା ନେଟ ରନରେଟ ଉପରେ ନିର୍ଭର ରହିଥାଏ । ଯଦି ଭାରତ ଏବଂ ଶ୍ରୀଲଙ୍କା ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଯାଏ, ତେବେ ପାକିସ୍ତାନ ସହିତ ଶ୍ରୀଲଙ୍କା ଫାଇନାଲରେ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.