ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ୨୦୨୩: ଆସନ୍ତାକାଲି ଭାରତ-ପାକିସ୍ତାନ ମୁହାଁମୁହିଁ; ଜାଣନ୍ତୁ କେତେବେଳେ ଓ କେଉଁଠି ଦେଖି ହେବ ମ୍ୟାଚ୍‌

ଭାରତରେ ଏବେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ୯ ତାରିଖ ବୁଧବାର ଏକ ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଫ୍ୟାନ୍‌ମାନେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏକ ଜବରଦସ୍ତ ମ୍ୟାଚ୍‌ ଆଶା ରଖିଛନ୍ତି।

ଭାରତରେ ଏବେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ୯ ତାରିଖ ବୁଧବାର ଏକ ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଫ୍ୟାନ୍‌ମାନେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏକ ଜବରଦସ୍ତ ମ୍ୟାଚ୍‌ ଆଶା ରଖିଛନ୍ତି। ତେବେ ଆସନ୍ତୁ ଜାଣିବା, ଏହି ମ୍ୟାଚ୍‌ କେତେବେଳେ ଆରମ୍ଭ ହେବ ଏବଂ ଏହାର ସିଧାପ୍ରସାରଣ ଓ ଅନ୍‌ଲାଇନ ଷ୍ଟ୍ରିମିଂ କେଉଁଠି ହେବ।

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଭାରତୀୟ ସମୟାନୁସାରେ ରାତି ୮ଟା ୩୦ରେ ଆରମ୍ଭ ହେବ। ଏହି ମ୍ୟାଚ୍‌ ଚେନ୍ନାଇର ମେୟର ରାଧାକୃଷ୍ଣନ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଫ୍ୟାନ୍‌ମାନେ ଷ୍ଟାର୍‌ ସ୍ପୋର୍ଟସ୍‌ ନେଟ୍‌ଓ୍ଵାର୍କ ମାଧ୍ୟମରେ ଏହି ମ୍ୟାଚ୍‌ର ମଜା ଉଠାଇ ପାରିବେ। ସେହିପରି ଅନ୍‌ଲାଇନ ଷ୍ଟ୍ରିମିଂ ଫ୍ୟାନ୍‌କୋଡ୍‌ରେ ହେବ।

କହି ରଖୁଛୁ, ହକି ଖେଳରେ ଭାରତ ଓ ପାକିସ୍ତାନ ୧୭୮ ଥର ପରସ୍ପରକୁ ସାମ୍ନା କରିଛନ୍ତି। ଭାରତୀୟ ଟିମ୍‌ ୬୪ ଥର ଏବଂ ପାକିସ୍ତାନ ଟିମ୍‌ ୮୨ ଥର ମ୍ୟାଚ୍‌ ବିଜୟୀ ହୋଇଛନ୍ତି। ୩୨ଟି ମ୍ୟାଚ୍‌ ଡ୍ର ହୋଇଛି।

ଭାରତୀୟ ଟିମ୍‌:

ଗୋଲକିପର: ପିଆର୍‌ ଶ୍ରୀଜେଶ, କୃଷ୍ଣ ବାହାଦୂର ପାଠକ।

ଡିଫେଣ୍ଡର: ଜର୍ମନପ୍ରୀତ ସିଂ, ସୁମିତ, ଯୁଗରାଜ ସିଂ, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ।

ମିଡଫିଲ୍ଡର: ହାର୍ଦ୍ଦିକ ସିଂ (ଉପ ଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ନୀଳକଣ୍ଠ ଶର୍ମା, ଶମ୍‌ଶେର ସିଂ।

ଫର୍‌ଓ୍ଵାର୍ଡସ୍‌: ଆକାଶଦୀପ ସିଂ, ମନଦୀପ ସିଂ, ଗୁରଜନ୍ତ ସିଂ, ସୁଖଜିତ ସିଂ, ଏସ୍‌ କାର୍ଥୀ।

ପାକିସ୍ତାନ ଟିମ୍‌:

ମହମ୍ମଦ ଉମର ଭଟ୍ଟା (ଅଧିନାୟକ), ଅକମଲ ହୁସେନ୍, ଅବଦୁଲ୍ଲା ଇସ୍ତିଆକ୍ ଖାନ୍, ମହମ୍ମଦ ଅବଦୁଲ୍ଲା, ମହମ୍ମଦ ସୁଫିଆନ୍ ଖାନ୍, ଏହତ୍‌ଶାମ୍‌ ଅସଲମ୍, ଓସାମା ବଶିର, ଅକିଲ ଅହମ୍ମଦ, ଅର୍ଶଦ ଲିଆକତ, ମହମ୍ମଦ ଇମାଦ, ଅବଦୁଲ ହନାନ ଶାହିଦ, ଜକାରିଆ ହୟାତ୍, ରାଣା ଅବଦୁଲ ୱହିଦ୍ ଅଶରଫ୍‌ (ଉପ ଅଧିନାୟକ), ରୋମନ୍, ମହମ୍ମଦ ମୁର୍ତଜା ୟାକୁବ, ମହମ୍ମଦ ଶାହଜେବ ଖାନ, ଅଫରାଜ, ଅବଦୁଲ ରହମାନ।

ଷ୍ଟାଣ୍ଡବାୟ: ଅଲି ରଜା, ମହମ୍ମଦ ବାକିର, ମହମ୍ମଦ ନଦିମ ଖାନ, ଅବଦୁଲ ୱହାବ, ୱକାର ଅଲି, ମହମ୍ମଦ ଅରସଲାନ ଓ ଅବଦୁଲ କୟୁମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.