ନଦୀକୁ ଡେଇଁଲେ ଯୁକ୍ତ ୩ ଛାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି

ନଦୀକୁ ଡେଇଁ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ପୁରୀ ଜିଲ୍ଲା କଣାସ ଥାନା ଗଡବଡପୁଟ ଗାଁ ନିକଟରେ ରାଜୁଆ ନଦୀ ସେତୁ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ପିପିଲି : ନଦୀକୁ ଡେଇଁ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ପୁରୀ ଜିଲ୍ଲା କଣାସ ଥାନା ଗଡବଡପୁଟ ଗାଁ ନିକଟରେ ରାଜୁଆ ନଦୀ ସେତୁ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନଦୀକୁ ଡେଇଁ ନିଖୋଜ ହେବା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗଡବଡପୁଟର ସୂର୍ଯ୍ୟକାନ୍ତି ଛୁଆଳସିଂ ଚଉଦ ମୌଜା ବିଦ୍ୟୁତ୍ ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ କଳାରେ ପାଠ ପଢନ୍ତି। ସବୁଦିନ ଭଳି ସେ ଆଜି କଲେଜ ଯିବା ସମୟରେ ରାଜୁଆ ନଦୀ ବ୍ରିଜ ଉପରେ ସାଇକେଲ ରଖି ଭିତରକୁ ଡେଇଁ ପଡିଥିଲେ। କିଛି ଲୋକ ଏହା ଦେଖି ତାଂକୁ ଉଦ୍ଧାର କରିବାକୁ ସେଠାକୁ ଧାଇଁ ଆସିଥିଲେ।

ସୂର୍ଯ୍ୟକାନ୍ତି ବୁଡ଼ିଯିବା ଦେଖି ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ନଦୀ ଭିତରେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ରାଜୁଆରୁ ଦୟାନଦୀ ଦେଇ ସେ ଜଙ୍କିଆ ଗଦଶାହି ଆଡ଼କୁ ଭାସି ଯାଇଥିବା ଅନୁମାନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.