ଆଇପିଏଲ ୨୦୨୪ : ପ୍ରଥମ ଥର ପାଇଁ ବିଦେଶରେ ହେବ ଆଇପିଏଲ ନିଲାମୀ, ବିସିସିଆଇ ଘୋଷଣା କଲା ତାରିଖ
ଆଇପିଏଲ ୨୦୨୪ ନିଲାମ କାର୍ଯ୍ୟକ୍ରମ ଦୁବାଇରେ ହେବ । ଡିସେମ୍ବର ୧୯ ତାରିଖରେ ନିଲାମୀ ହେବ । ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ ନିଲାମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଆଇପିଏଲ ୨୦୨୪ ପାଇଁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ଆସନ୍ତା ୧୯ ତାରିଖରେ ଖେଳାଳିଙ୍କ ନିଲାମୀ ହେବ । ତେବେ ନିଲାମୀ କେବେ ଏବଂ କେଉଁଠି ହେବ, ତାହା ଘୋଷଣା ହୋଇଛି । ଆଇପିଏଲ ନିଲାମୀରେ ୧୦ଟି ଟିମ୍ ଭାଗ ନେବ। ବିସିସିଆଇ ଆଇପିଏଲ୍ ନିଲାମୀ ତାରିଖ ଏବଂ ସ୍ଥାନ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।
ବିସିସିଆଇ କହିଛି, ଆଇପିଏଲ ନିଲାମ କାର୍ଯ୍ୟକ୍ରମ ଦୁବାଇରେ ହେବ । ଡିସେମ୍ବର ୧୯ ତାରିଖରେ ନିଲାମୀ ହେବ । ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ ନିଲାମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଖବର ମୁତାବକ, ଆଇପିଏଲ ୨୦୨୪ ପାଇଁ ହେବାକୁ ଥିବା ନିଲାମୀରେ ପାଖାପାଖି ୧୧୬୬ ଖେଳାଳି ନିଜ ନାମ ଦେଇଛନ୍ତି । ନିଲାମ ପାଇଁ ୮୩୦ ଭାରତୀୟ ଖେଳାଳି ଏବଂ ୩୩୬ ବିଦେଶ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୧୨ ଖେଳାଳି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଛନ୍ତି । ୪୫ ଖେଳାଳି ଆସୋସିଏଟ ଦେଶ ସହିତ ରହିଛନ୍ତି । ତେବେ ଆଇପିଏଲ ଟିମ୍ ସ୍ଥିତି ଦେଖି ୭୦ ଖେଳାଳିଙ୍କୁ ଚୟନ କରାଯିବ ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ୩୦ ଜଣ ରହିବେ ।
𝗜𝗣𝗟 𝟮𝟬𝟮𝟰 𝗔𝘂𝗰𝘁𝗶𝗼𝗻 🔨
🗓️ 19th December
📍 𝗗𝗨𝗕𝗔𝗜 🤩
ARE. YOU. READY ❓ #IPLAuction | #IPL pic.twitter.com/TmmqDNObKR
— IndianPremierLeague (@IPL) December 3, 2023
କାହା ପାଖେ ରହିଛି କେତେ ଟଙ୍କା :
ଗୁଜରାଟ ଟାଇଟନ୍ସ : ୩୮.୧୫ କୋଟି
ସନରାଇଜର୍ସ ହାଇଦ୍ରାବାଦ : ୩୪ କୋଟି
କେକେଆର : ୩୨.୭ କୋଟି
ଚେନ୍ନାଇ ସୁପର କିଙ୍ଗସ : ୩୧.୪ କୋଟି
ପଞ୍ଜାବ କିଙ୍ଗସ : ୨୯.୧ କୋଟି
ଦିଲ୍ଲୀ କ୍ୟାପିଟାଲ୍ସ : ୨୮.୯୫ କୋଟି
ଆରସିବି : ୨୩.୫୫ କୋଟି
ମୁମ୍ବାଇ ଇଣ୍ଡିଆନ୍ସ : ୧୭.୭୫ କୋଟି
ରାଜସ୍ଥାନ ରୟାଲ୍ସ : ୧୪.୫ କୋଟି
ଲକ୍ଷ୍ନୌ ସୁପରଜିଆଣ୍ଟସ: ୧୩.୧୫ କୋଟି