ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ, ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ

ନୂଆଦିଲ୍ଲୀ:ଆଇପିଏଲ୍‌ରେ ଆସିବ ନୂଆ ରୋମାଞ୍ଚ । ଆରମ୍ଭ ହେବ ପାଓ୍ଵାର ପ୍ଲେୟାର ନିୟମ । ମ୍ୟାଚ୍ ମଝିରେ ପରିବର୍ତ୍ତନ କରାଯାଇପାରିବ ଚୂଡାନ୍ତ ଏକାଦଶ । ଏପରି ଏକ ନିୟମ ଲାଗୁ ପାଇଁ ବିଚାର କରୁଛି ବିସିସିଆଇ । ଏହି ନିୟମ ଦ୍ୱାରା କୌଣସି ଦଳ ମ୍ୟାଚ୍ ମଝିରେ ଖେଳାଳି ପରିବର୍ତ୍ତନ କରିପାରିବେ । ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଉଛି । ପାଓ୍ଵାର ପ୍ଲୋୟାରର ନିୟମ ଅନୁସାରେ, ମ୍ୟାଚ୍ ଚାଲିଥିବା ବେଳେ ଓ୍ଵିକେଟ୍ ପଡ଼ିଲେ କିମ୍ବା ଓଭର ଶେଷ ହେବା ପରେ ଖେଳାଳି ପରିବର୍ତ୍ତନ କରାଯାଇପାରିବ । ଏଥିପାଇଁ ଏବେ ଚୂଡାନ୍ତ ଏକାଦଶ ବଦଳରେ ୧୫ ଜଣ ଖେଳାଳିଙ୍କୁ ଚୟନ କରିବାକୁ ପଡ଼ିବ ।

ଏହାସହ ପଢନ୍ତୁ:

ଟି-୧୦ କ୍ରିକେଟରେ ଯୋଡ଼ି ହେଲେ ସନି ଲିଓନି, ସମ୍ଭାଳିବେ ଏହି ଗୁରୁ ଦାୟିତ୍ୱ

ଗୋଟିଏ ଟିମ୍‌କୁ ମ୍ୟାଚ୍ ଜିତିବା ପାଇଁ ୬ଟି ବଲ୍‌ରେ ୨୦ ରନ୍‌ର ଆବଶ୍ୟକତା ରହିଛି । ଜଣେ ଅଭିଜ୍ଞ ଖେଳାଳି ଫିଟ୍ ନଥିବାରୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ଏହି ସମୟରେ ସେହି ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇପାରିବ । ସେହି ଖେଳାଳି ବଡ ସଟ୍ ଲଗାଇ ମ୍ୟାଚ୍‌ର ମୋଡ ବଦଳାଇ ଦେଇ ପାରିବେ । କେବଳ ବ୍ୟାଟସ୍‌ମ୍ୟାନ୍ ନୁହନ୍ତି ବୋଲିଂ ପାଇଁ ମଧ୍ୟ ଖେଳାଳି ପରିବର୍ତ୍ତନ ହୋଇପାରିବ ।

ନୂଆ ନିୟମକୁ ମଞ୍ଜୁରୀ ଦିଆଯାଇ ସାରିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଆସନ୍ତାକାଲି ମୁମ୍ବାଇରେ ବସୁଛି ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକ । ଏହି ବୈଠକରେ ଏହି ନୂଆ ନିୟମ ନେଇ ଆଲୋଚନା କରାଯିବ । ଏହା ସହ ଆଇପିଏଲ୍‌ର ଆଗାମୀ ସଂସ୍କରଣକୁ କିପରି ଅଧିକ ଲୋକପ୍ରିୟ କରାଯିବ, ସେନେଇ ବୈଠକରେ ଚର୍ଚ୍ଚା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.