କଳ୍ପନାଜଳ୍ପନାର ଅନ୍ତ : ଟି୨୦ ବିଶ୍ୱକପ ୨୦୨୪ ଅଧିନାୟକ ହେବେ ରୋହିତ ଶର୍ମା, ବିସିସିଆଇ ସଚିବ ଜୟ ଶାହା ଦେଲେ ସୂଚନା

ଆମେ ୨୦୨୩ ଦିନିକିଆ ବିଶ୍ୱକପ ହାରି ଯାଇଛୁ ସତ, କିନ୍ତୁ ଆମେ କ୍ରମାଗତ ୧୦ଟି ମ୍ୟାଚ୍ ଜିତି ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ । ମୁଁ ଜାଣିଛି, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟ୍ରଫି ବାରବଡୋସରେ ଉଠାଇବ ।

ଆଇସିସି ଟି୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଟିମର ଅଧିନାୟକତ୍ୱ କରିବେ ରୋହିତ ଶର୍ମା । ବିସିସିଆଇ ସଚିବ ଜୟ ଶାହ ବୁଧବାର ରୋହିତ ଶର୍ମାଙ୍କ ନାଁରେ ମୋହର ମାରିଛନ୍ତି । ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ । ୟୁଏଏସ ଏବଂ ୱେଷ୍ଟଇଣ୍ଡିଜରେ ଜୁନ-ଜୁଲାଇ ହେବାକୁ ଥିବା ଆଇସିସିର ମେଗା ଇଭେଣ୍ଟରେ ଭାରତୀୟ ଟିମର ଅଧିନାୟକ ହେବେ । ତେବେ ଏହା ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ ବୋଲି ଚର୍ଚ୍ଚା ଚାଲିଥିଲା ।

ଜୟ ଶାହ କହିଛନ୍ତି, ଆମେ ୨୦୨୩ ଦିନିକିଆ ବିଶ୍ୱକପ ହାରି ଯାଇଛୁ ସତ, କିନ୍ତୁ ଆମେ କ୍ରମାଗତ ୧୦ଟି ମ୍ୟାଚ୍ ଜିତି ସମସ୍ତଙ୍କ ହୃଦୟକୁ ଜିତି ପାରିଛୁ । ମୁଁ ଜାଣିଛି, ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟ୍ରଫି ବାରବଡୋସରେ ଉଠାଇବ ।

୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଭାରତ ହାରିବା ପରଠାରୁ ରୋହିତ ଶର୍ମା ଟି-୨୦ ମ୍ୟାଚ୍ ଖେଳି ନଥିଲେ । କିନ୍ତୁ ନିକଟରେ ଶେଷ ହୋଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ କମବ୍ୟାକ କରିଥିଲେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହୋଇଛି । ଏହାପୂର୍ବରୁ ରାଜକୋଟ ଷ୍ଟାଡିୟମକୁ ଶ୍ରୀ ଶାହ ଆଜି ନିରଞ୍ଜନ ଶାହ ଷ୍ଟାଡିୟମ ନାମରେ ନାମିତ କରାଯାଇଛି । ଏହି ଅବସରରେ ରୋହିତ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।

ତେବେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଉଛି । ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ୧୦୧ ରନ୍‌ କରି ୩ ଓ୍ଵିକେଟ ହରାଇଛି । ରୋହିତ ଅର୍ଦ୍ଧଶତକ ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.