ଇଂଲଣ୍ଡର କିମ୍ବଦନ୍ତୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ସନ୍ନ୍ୟାସ ଘୋଷଣା, ଏହି କାରଣରୁ ଆଉ ଖେଳିବେ ନାହିଁ ଦିନିକିଆ ଫର୍ମାଟ୍‌

ଇଂଲଣ୍ଡର କିମ୍ବଦନ୍ତୀ ଅଲ୍‌ରାଉଣ୍ଡର ଖେଳାଳି ବେନ୍‌ ଷ୍ଟୋକ୍ସ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ନିଜ ଦିନିକିଆ କ୍ୟାରିୟର ସମୟରେ ଅନେକ ସ୍ମରଣୀୟ ଇନିଂସ୍‌ ଖେଳିଛନ୍ତି। ଷ୍ଟୋକ୍ସ ଦିନିକିଆ ମ୍ୟାଚ୍‌ରେ ୩ ଶତକ ଏବଂ ୨୧ ଅର୍ଦ୍ଧଶତକ ହାସଲ କରିବା ସହିତ ୭୪ ଓ୍ଵିକେଟ୍‌ ନେଇଛନ୍ତି।

ବେନ୍‌ ଷ୍ଟୋକ୍ସ ଏକ ବୟାନ ଜାରି କରି କହିଛନ୍ତି, ‘ମୁଁ ମଙ୍ଗଳବାର ଇଂଲଣ୍ଡ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବି। ମୁଁ ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଏହା ମୋ ପାଇଁ ବହୁତ କଷ୍ଟକର ନିଷ୍ପତ୍ତି ରହିଛି। ଇଂଲଣ୍ଡ ପାଇଁ ମ୍ୟାଚ୍‌ ଖେଳି ମୁଁ ପ୍ରତ୍ୟେକ ମିନିଟ୍‌କୁ ଏନ୍‌ଜୟ କରିଛି। ଆମ ଯାତ୍ରା ବହୁତ ବଢ଼ିଆ ରହି ଆସିଛି’।

ସେ ଆହୁରି କହିଛନ୍ତି, ‘ଏ ଯାଏ ପହଞ୍ଚିବାର ନିଷ୍ପତ୍ତି ବହୁତ ମୁସ୍କିଲ ଥିଲା। କିନ୍ତୁ ମୁଁ ଏହି ଫର୍ମାଟରେ ନିଜର ୧୦୦ ପ୍ରତିଶତ ଦେଇପାରି ନାହିଁ। ଇଂଲଣ୍ଡର ଜର୍ସି ଏହାଠାରୁ ଭଲ ଡିଜର୍ଭ କରୁଛି। ଏହି ଫର୍ମାଟ ମୋ ପାଇଁ ନ ଥିଲା। ମୋ ଶରୀର ମଧ୍ୟ ସେହିଭଳି ଭାବେ ମୋ ସାଥ୍‌ ଦେଉନାହିଁ। ମୋତେ ଲାଗୁଛି, ମୁଁ ଆଉ କେଉଁ ଖେଳାଳିଙ୍କ ଜାଗା ନେଉଛି। ଏହା ଆଗକୁ ବଢ଼ିବାର ସମୟ’।

ବେନ୍‌ ଷ୍ଟୋକ୍ସ ଏବେ ସମସ୍ତ ଧ୍ୟାନ ଟେଷ୍ଟ୍‍ କ୍ରିକେଟ ଉପରେ ଦେବେ। ଏ ବିଷୟରେ ସେ କହିଥିଲେ ଯେ ‘ମୋ ପାଖରେ ଯାହା ବି ଅଛି, ଏବେ ମୁଁ ଟେଷ୍ଟ୍‍ କ୍ରିକେଟକୁ ହିଁ ଦେବି। ଏଥି ସହିତ ମୋତେ ଲାଗୁଛି, ମୁଁ ଟି୨୦ କ୍ରିକେଟ ଉପରେ ନିଜର ଧ୍ୟାନ ଲଗାଇ ପାରିବି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.