ବୁଗୁଡ଼ା ସିମାଞ୍ଚଳ ମାର୍ଗରେ ବନ୍ଦ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ, ବୁଗୁଡ଼ା ସହରର ସିମାଞ୍ଚଳ ମାର୍ଗରେ ଅଭାବନୀୟ ଘଟଣା ନଜରକୁ ଆସିଛି । ଗୋଟିଏ ଘରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସ୍ବାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବା ବେଳେ ସ୍ତ୍ରୀର ମୃତଦେହ ଘରର ଚଟାଣ ଉପରେ ପଡ଼ିରହିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ।

ତେବେ ମୃତ ବୃଦ୍ଧ ଦମ୍ପତି ହେଲେ ପ୍ରଫୁଲ୍ଲ ନନ୍ଦ ଓ ସୁମତି ନନ୍ଦ ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ନିଜ ଘରେ ଏହି ଘଟଣା ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.