ବୁମରା ଓ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କଡ଼ା ନିନ୍ଦା କଲା କ୍ରିକେଟ ଜଗତ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ

ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ ଦେଇଥିଲେ। ଏହାସହିତ ମ୍ୟାଚ୍ ସମୟରେ ନିଶାରେ ଚୁର କିଛି ଦର୍ଶକ ମହମ୍ମଦ ସିରାଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ସୂଚନାଯୋଗ୍ଯ, ରବିବାର ଚତୁର୍ଥ ଦିନର ଦ୍ଵିତୀୟ ସେସନ ସମୟରେ ଭାରତୀୟ ଖେଳାଳି ପଡିଆରେ ଏକତ୍ରିତ ହୋଇଥିଲେ ଯେତେବେଳେ ସ୍କ୍ବୋୟାର ଲେଗ୍ ସୀମାରେଖାରେ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜ ଦର୍ଶକ ଅପଶବ୍ଦ କରି ଗାଳି କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ସୁରକ୍ଷାକର୍ମୀ ଗ୍ୟାଲେରୀ ଯାଇ ଅପଶବ୍ଦ କହିଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଲାଗିଥିଲେ। ଏହା ପରେ ଦର୍ଶକଙ୍କ ଏକ ଗ୍ରୁପକୁ ଗ୍ୟାଲେରୀରୁ ବାହାରି ଯିବାକୁ କହିଥିଲେ। ଏହାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ କ୍ଷମା ମାଗିଛି।

sydney

ଏହା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଛି ଆଇସିସି । କ୍ରିକେଟ ଅଷ୍ଟ୍ରେଲିଆକୁ ରିପୋର୍ଟ ତଲବ ହୋଇଛି । ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ବିସିସିଆଇ ଏହାର ଅଭିଯୋଗ ସେଠାକାର ବୋର୍ଡ ନିକଟରେ କରିଛି। ମାତ୍ର ଏହି ମାମଲାରେ ଆଇସିସି ମଧ୍ୟ କଠୋର ଆଭିମୁଖ୍ୟ ଆପଣେଇଛି। ଆଇସିସି କ୍ରିକେଟ୍ ଅଷ୍ଟ୍ରେଲିଆକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ତଲବ କରିଛି।

ସିଡନୀରେ ଭାରତୀୟ କ୍ରିକେଟରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଆକ୍ଷେପକୁ ନେଇ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିସିସିଆଇ, ଅଧିନାୟକ ବିରାଟ କୋହଲିଙ୍କ ପରେ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର ଏହା ଉପରେ ଆପତ୍ତି ଉଠାଇଛନ୍ତି । ସଚିନ୍ କହିଛନ୍ତି, କ୍ରୀଡା ଆମକୁ ଏକାଠି କରେ, ବିଭାଜନ ନୁହେଁ । କ୍ରିକେଟ୍‌ରେ କୌଣସି ଭେଦଭାବ ନାହିଁ । ବଲ୍ ଓ ବ୍ୟାଟ୍ ଟ୍ୟାଲେଣ୍ଟକୁ ସ୍ୱୀକୃତି ଦିଅନ୍ତି । ବର୍ଣ୍ଣ, ରଂଗ, ଧର୍ମ ଓ ଜାତୀୟତାକୁ ନୁହେଁ । ସେହିପରି ମହମ୍ମଦ ସାମି, ବୀରେନ୍ଦ୍ର ସେହଓ୍ଵାଗ, ଭିଭିଏସ୍ ଲକ୍ଷ୍ମଣ, ହରଭଜନ ସିଂହ, ଇରଫାନ ପଠାନଙ୍କ ଭଳି ଖେଳାଳି ଏଭଳି ଅଶୋଭନୀୟ ଆଚରଣକୁ କଡ଼ା ଭର୍ତ୍ସନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.