ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଥିବା କ୍ୟାମେରନ୍ ଗ୍ରୀନ ଆହତ ହୋଇଛନ୍ତି । ଶୁକ୍ରବାର ଭାରତ-ଏ ବିପକ୍ଷ ମ୍ୟାଚ୍ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ଏହି ସମୟରେ ବ୍ୟାଟିଂ ଜସପ୍ରୀତ ବୁମରା ଏକ ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳୁଥିବା ବେଳେ ବଲ୍ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।
ମୁଣ୍ଡରେ ବଲ୍ ବାଜିବା ପରେ ଗ୍ରୀନ୍ ତଳେ ବସି ପଡିଥିଲେ । ଏହି ସମୟରେ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା ମହମ୍ମଦ ସିରାଜ ଗ୍ରୀନଙ୍କ ପାଖକୁ ଆସିଥିଲେ । ମେଡିକାଲ ଟିମ୍ ୨ ମିନିଟ୍ ଯାଏଁ ଗ୍ରୀନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବଲ୍ ତାଙ୍କ ମୁଣ୍ଡର ବାମ ପଟେ ବାଜିଥିବା ଜଣାପଡିଥିଲା ।
ଏହାପରେ ଗ୍ରୀନ୍ ମେଡିକାଲ ଟିମ୍ ସହ ଗ୍ରୀନ୍ ପଡିଆ ବାହାରକୁ ଚାଲି ଯାଇଥିଲେ । କାରଣ ତାଙ୍କ ମୁଣ୍ଡର ଆଉ କିଚି ପରୀକ୍ଷା ବାକି ଅଛି । ଗ୍ରୀନଙ୍କ ବଦଳରେ କନକସନ୍ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ପୋଟ୍ରିକ୍ ରୋବଙ୍କୁ ସାମିଲ କରାଯାଇଥିଲା ।
Traumatic blow to the head for Aussie Test hopeful Cameron Green while bowling. Has left the field, thankfully seemed alert/OK but will go through concussion assessment & likely checked for any possibility of facial fracture. Hope he’s OK pic.twitter.com/aPrHPAXomL
— NRL PHYSIO (@nrlphysio) December 11, 2020
କ୍ରିକେଟ୍ ଅଷ୍ଟ୍ରେଲିଆ ଟିମ୍ର ଡାକ୍ତର ପିପ୍ ଡଙ୍ଗେ କହିଛନ୍ତି ଯେ, ଗ୍ରୀନଙ୍କୁ ଅଷ୍ଟ୍ରେଲିଆ-ଏ ପାଇଁ ବୋଲିଂ କରିବା ବେଳେ ଆଘାତ ଲାଗିଥିଲା । ଏହି ସମୟରେ ମହମ୍ମଦ ସିରାଜ ଶୁକ୍ରବାର ନିଜ ଖେଳ ଓ ଖେଳୁଆଡ ଭାବନା ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଯଶପ୍ରୀତ୍ ବୁମରାଙ୍କ ସହ ୭୧ ରନ୍ ଭାଗୀଦାରି କରିବା ଅବସରରେ ସେ ଦେଖାଇଥିବା ଏକ ଆଚରଣ ହିଁ ତାଙ୍କୁ ଏଭଳି ସୁଯୋଗ ଦେଇଛି। ଗ୍ରିନ୍ ନିଜ ଦ୍ବିତୀୟ ସ୍ପେଲ୍ ବୋଲିଂ କରୁଥିବା ବେଳେ ବୁମରାଙ୍କ ଷ୍ଟ୍ରେଟ୍ ଡ୍ରାଇଭ୍ ତାଙ୍କ ମୁଣ୍ଡରେ ବାଜିଥିଲା। ଦଳୀୟ ଡାକ୍ତର ତାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ନନ୍ଷ୍ଟ୍ରାଇକର୍ ପାର୍ଶ୍ବରେ ଥିବା ସିରାଜ ତୁରନ୍ତ ବ୍ୟାଟ୍ ଫିଙ୍ଗି ଗ୍ରିନ୍ଙ୍କ ପାଖରେ ପହଞ୍ଚି ଯତ୍ନ ନେଇଥିଲେ।