ଟେନିସ କୋର୍ଟକୁ ଏମିତି ଡ୍ରେସ ପିନ୍ଧି ଆସିଲେ ଖେଳାଳି, ଅମ୍ପାୟର କହିଲେ ତୁରନ୍ତ ବଦଳି ଆସ

ବର୍ତ୍ତମାନ ଫ୍ରେଞ୍ଚ ଓପନରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳୁଛି। କିନ୍ତୁ ଏହା ମଧ୍ୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଠି ଜଣେ ମହିଳା ଟେନିସ ଷ୍ଟାର ନିଜ ମ୍ୟାଚ ଖେଳିବାକୁ ଆସିଥିବା ବେଳେ ତାଙ୍କୁ ଡ୍ରେସ ବଦଳାଇ ଆସିବାକୁ କହିଥିଲେ ଅମ୍ପାୟର।
ଇଟାଲୀର ଟେନିସ ଷ୍ଟାର କାମିଲା ଜିରୋଗୀ ଫ୍ରେଞ୍ଚ ଓପନର ଥାର୍ଡ ରାଉଣ୍ଡରେ ମ୍ୟାଚ ଖେଳିବାକୁ ଆସିଥିଲେ। ସେତେବେଳେ ତାଙ୍କୁ ଅମ୍ପାୟର ପାଖକୁ ଡାକିଥିଲେ। ଆଉ ଅମ୍ପାୟର କାମିଲା ଜିରୋଗୀଙ୍କ ଡ୍ରେସ ଉପରେ ଆପତ୍ତି କରି ଡ୍ରେସ ବଦଳାଇବାକୁ କହିଥିଲେ।
ସେତେବେଳେ ଟେନିସ ଷ୍ଟାର ଅନ୍ୟ କୌଣସି ଡ୍ରେସ ଆଣିନାହାନ୍ତି ବୋଲି ଅମ୍ପାୟରଙ୍କୁ କହିଥିଲେ। ତେଣୁ ତାଙ୍କ ପାଖରେ ଡ୍ରେସ ବଦଳାଇବାକୁ କିଛି ଅପସନ ନାହିଁ ବୋଲି ମଧ୍ୟ କହିଥିଲେ। ଏହି ବିବାଦ କାମିଲାଙ୍କ ଡ୍ରେସରେ ଲାଗିଥିବା ସ୍ପନସରଡ ଆଡ୍କୁ ନେଇ ଥିଲା। ଅମ୍ପାୟରଙ୍କ କହିବା ମୁତାବକ, ଆଡର ସାଇଜ ବଡ ଥିଲା, ତେଣୁ ଏହା ନିୟମ ବିରୋଧରେ ରହିଥିଲା।
ଯେତେବେଳେ କାମିଲା ତାଙ୍କ ପାଖରେ କୌଣସି ରିପ୍ଲେସମେଣ୍ଟ ନାହିଁ ବୋଲି କହିଥିଲେ, ଅମ୍ପାୟର ତାଙ୍କୁ ସେହି ଡ୍ରେସରେ ଖେଳିବାକୁ ସୁଯୋଗ ଦେଇତିଲେ। କିନ୍ତୁ ପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସତର୍କ କରାଇଥିଲେ।
କାମିଲାଙ୍କର ଇନଷ୍ଟାଗ୍ରାମରେ ୬ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି। ସେ ଲଗାତାର ଇନଷ୍ଟାଗ୍ରାମର ନିଜର ହଟ୍ ଫଟୋ ପୋଷ୍ଟ କରିଥାନ୍ତି। ଗତ ବର୍ଷ ଓ୍ଵିମ୍ବଲେଡନ ଚାମ୍ପିଅନସିପ ପୂର୍ବରୁ କାମିଲା କିଛି ଫଟୋ ସେୟାର କରିଥିଲେ। ଯାହା ବହୁତ ଚର୍ଚ୍ଚାରେ ରହିଥିଲା।