କୋଲକାତାକୁ ୨୭ ରନରେ ପରାସ୍ତ କରି ଆଇପିଏଲ ଟ୍ରଫି ଜିତିଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚତୁର୍ଥ ଥର ପାଇଁ ଜିତିଛି ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ । ଆଜି ଫାଇନାଲରେ କୋଲକାତା ନାଇଟ ରାଇଡ଼ର୍ସକୁ ହରାଇ ଚେନ୍ନାଇ ଚାମ୍ପିଅନ ହୋଇଛି । ୧୯୩ ରନର ବିଜୟ ଲକ୍ଷ୍ୟ ନେଇ କୋଲକାତା ବଢିଆ ଷ୍ଟାର୍ଟ କରିଥିଲା । ଓପନର ଶୁଭମାନ ଗିଲ ୫୧ ଓ ଭେଙ୍କଟେଶ ଆୟାର ୫୦ ରନ କରିଥିଲେ । ଏମାନେ ପ୍ରଥମ ଉଇକେଟରେ ୯୧ ରନ ଯୋଡିବା ପରେ କୋଲକାତାର ଆରମ୍ଭ ହୋଇଯାଇଥିଲା ଉଇକେଟ ପତନର ସୁଅ । ଚେନ୍ନାଇ ବୋଲର ଶାରଦୁଲ ଠାକୁର (୩ ଉଇକେଟ), ହଜେଲଉଡ (୨ ଉଇକେଟ) ଏବଂ ରବୀନ୍ଦ୍ର ଜାଡେଜା (୨ ଉଇକେଟ) କୋଲକାତା ବ୍ୟାଟିଂ ଦୁର୍ଗକୁ ମାଟିରେ ମିଶାଇ ଦେଇଥିଲେ । ଅବଶ୍ୟ ଶେଷ ଭାଗରେ ଫର୍ଗୁସନ ଓ ଶିବମ ମାଭି ପ୍ରାଣମୂର୍ଚ୍ଛା ଚେଷ୍ଟା କରିଥିଲେ । ଫଳରେ ଅନ୍ତିମ ଓଭରରେ ଜିତିବା ପାଇଁ ୩୧ ରନ ଦରକାର ହେଉଥିଲା, ଯାହା ସେମାନେ କରି ପରି ନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ କୋଲକାତା ୯ ଉଇକେଟରେ କରିଥିଲା ୧୬୫ ରନ ।

କୋଲକାତା ଟସ୍‌ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଦେଇଥିଲା । ଭଲ ଫର୍ମରେ ଥିବା ଓପ୍ନର ଋତୁରାଜ ଗାଏକଓ୍ଵାଡ (୩୨ ରନ୍‌) ଏବଂ ଡୁ ପ୍ଲେସିସ୍‌ ପ୍ରଥମ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ିଥିଲେ। ଡୁ ପ୍ଲେସିସ୍‌ ୫୯ ବଲ୍‌ରେ ୮୬ ରନ୍‌ କରିଥିଲେ । ପରେ ଉଥପା ୩୧ ଏବଂ ମୋଇନଅପରାଜିତ ୩୭ ରନ୍‌ ସ୍କୋର କରିଥିଲେ ।

 

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.