କରୋନା ଲଢ଼େଇରେ ସାଥ୍ ଦେଲା BCCI, ୨୦୦୦ ଅକ୍ସିଜେନ କନ୍ସଟ୍ରେଟର୍ସ ଦାନ କରିବାକୁ କଲା ଘୋଷଣା

ଭାରତ ଏବେ କରୋନା ସହ ଲଢ଼ୁଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟର ହାତ ବଢ଼ାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)। BCCI ସୋମବାର ଦିନ ୧୦ ଲିଟର କ୍ଷମତାଯୁକ୍ତ ୨୦୦୦ ଅକ୍ସିଜେନ କନ୍ସଟ୍ରେଟର୍ସ ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ।


ବିସିଆଇ ଆଶା କରିଛି ଯେ ଏହା ଦ୍ୱାରା କିଛି ଲୋକ ଉପକୃତ ହେବେ ଓ ଅସହାୟଙ୍କୁ ଚିକିତ୍ସା ମିଳିପାରିବ। ବୋର୍ଡ ଆସନ୍ତା କିଛି ମାସରେ ପୂରା ଭାରତରେ ଅକ୍ସିଜେନ କନ୍ସଟ୍ରେଟର୍ସ ବିତରଣ କରିବ। ଏବେ ଦେଶରେ ଚିକିତ୍ସା ଉପକରଣର ଆବଶ୍ୟକତା ବଢ଼ିଯାଇଥିବାରୁ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।

BCCI ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ଏହି କଠିନ ସମୟରେ ମେଡିକାଲ ଓ ସ୍ୱାସ୍ଥ୍ୟ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିସିଆଇ ମଧ୍ୟ ତାଙ୍କର ଏହି ଭୂମିକାକୁ ସ୍ୱୀକାର କରିଛି। ଭାରତୀୟ ବୋର୍ଡ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛି। ଏହି ଅକ୍ସିଜେନ ଯୋଗୁ ଲୋକଙ୍କୁ ସାହାଯ୍ୟ ମିଳିବ ବୋଲି ଆମେ ଆଶା କରୁଛୁ ବୋଲି କହିଛନ୍ତି ଗାଙ୍ଗୁଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.