ଅକ୍ସିଜେନ ସପୋର୍ଟରେ ଖାଦ୍ୟ ତିଆରି କରୁଥିଲେ ମହିଳା, ଫଟୋ ଦେଖି ଇମୋସନାଲ୍ ହେଲେ ବିରେନ୍ଦ ସେହୱାଗ

ଭାରତରେ କରୋନା ମହାମାରୀର ୨ୟ ଲହରୀ ଚାଲୁଛି । ଏଥିରେ ଅନେକ ଲୋକ ଓ ତାଙ୍କ ପରିବାର ପ୍ରଭାବିତ ହେଲେଣି । ଲୋକଙ୍କୁ ସାହାଯ୍ୟ କରିବା କିଛି ଜଣ ଆଗକୁ ମଧ୍ୟ ଆସୁଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଲୋକଙ୍କୁ କରୋନା ଜନିତ ସାହାଯ୍ୟ କରୁଛନ୍ତି । ଏହାସହ କ୍ରିକେଟର ମଧ୍ୟ ଆଗକୁ ଆସି ସହାୟତାର ହାତ ବଢ଼ାଇଛନ୍ତି । ସେହିଭଳି ଭାବେ ପୂର୍ବତନ କ୍ରିକେଟ ପ୍ଲେୟାର ବିରେନ୍ଦ୍ର ସେହୱାଗ ଅସହାୟ ଲୋକଙ୍କୁୁ ସାହାଯ୍ୟ କରୁଛନ୍ତି ।

କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟ ଦେଖିଥିଲେ । ଯେଉଁଠି ଜଣେ ଗୃହିଣୀ ଅକ୍ସିଜେନ ସପୋର୍ଟ ନେଇ ପରିବାର ପାଇଁ ଖାଦ୍ୟ ତିଆରି କରୁଛନ୍ତି । ଏହାକୁ ଦେଖି ସେହୱାଗ ନିଜ ଆକାଉଣ୍ଟରେ ଏହାକୁ ସେୟାର କରିଥିଲେ । କହିଥିଲେ ଯେ, ଏହି ମହିଳା ଜଣଙ୍କ କଣ୍ଟାକ୍ଟ ନମ୍ବର ପାଇଲେ ତାଙ୍କୁ ଖବର ଦିଆଯାଉ । ସେ ତାଙ୍କୁ ଓ ତାଙ୍କ ପରିବାରକୁ ଏହି ସମୟରେ ଖାଦ୍ୟ ଦେବାପାଇଁ ଚାହୁଁଛନ୍ତି । ଏହା ସେ ତାଙ୍କ ପୋଷ୍ଟରେ ମଧ୍ୟ ଜଣାଇଛନ୍ତି । ଦେଖନ୍ତୁ ସେହି ପୋଷ୍ଟ..

ବିରେନ୍ଦ୍ର ସେହୱାଗଙ୍କ ଏହି ନିଷ୍ପତ୍ତିକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଖୁବ ପ୍ରଶଂସା କରିଛନ୍ତି । ଏହାକୁ ନେଇ ଅନେକ ଭଲ କମେଣ୍ଟସ୍ ମଧ୍ୟ କରିଛନ୍ତି । ଲିଜେଣ୍ଡର ଆଖ୍ୟା ଦେବା ସହ ମହାନ କାମ ପାଇଁ ସେ ପ୍ରଂଶସାର ପାତ୍ର ହୋଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.